ନୂଆଦିଲ୍ଲୀ: ସଦ୍ୟ ଶୁଭାରମ୍ଭ ହୋଇଥିବା ‘୫ଜି’ ପ୍ରଯୁକ୍ତିବିଦ୍ୟା ବଳରେ ଆଜି ଦିଲ୍ଲୀର ‘ପ୍ରଗତି ମୈଦାନ୍’ରେ ଥାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବିଡେନ୍ରେ ଥିବା ଏକ କାର୍କୁ ପରୀକ୍ଷାମୂଳକ ଭାବେ ଚଳାଇଛନ୍ତି।
ପ୍ରଧାନମନ୍ତ୍ରୀ ‘୫ଜି’ଦ୍ବାରା ଗାଡ଼ି ଚଳାଉଥିବା ଦୃଶ୍ୟର ଫଟୋ ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍ ଲେଖିଛନ୍ତି: ଭାରତ ବିଶ୍ବକୁ ଚଳାଉଛି।
/sambad/media/post_attachments/wp-content/uploads/2022/10/Fd9c6wJUUAAF-Y.jpg)
ଭାରତରେ ‘୫ଜି’ ମୋବାଇଲ୍ ଟେଲିଫୋନ୍ ସେବା ଶୁଭାରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ‘ମୋବାଇଲ୍ କଂଗ୍ରେସ ୨୦୨୨’ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ। ‘୫ଜି’ ପ୍ରଯୁକ୍ତିବିଦ୍ୟାର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଉକ୍ତ ପ୍ରଦର୍ଶନୀରେ ଖୋଲିଥିବା ବିଭିନ୍ନ ଟେଲିକମ୍ ଅପରେଟର୍ଙ୍କ ପାଭିଲିୟନ୍ ପରିଦର୍ଶନ କରିଥିଲେ।
‘ରିଲାଏନ୍ସ୍ ଜିଓ’ ଷ୍ଟଲ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁକେଶ ଅମ୍ବାନୀ ଓ ଆକାଶ ଅମ୍ବାନୀ ‘୫ଜି’ ପ୍ରଯୁକ୍ତିବିଦ୍ୟା ବିଷୟରେ ସଂକ୍ଷପରେ ବୁଝାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ‘ଏୟାର୍ଟେଲ୍’, ‘ଭୋଡାଫୋନ୍ ଆଇଡିଆ’, ‘ସି-ଡଟ୍’ ଏବଂ ଅନ୍ୟମାନଙ୍କ ଷ୍ଟଲ୍ ପରିଦର୍ଶନ କରିଥିଲେ।
/sambad/media/post_attachments/wp-content/uploads/2022/10/mukesh.jpeg)
କେନ୍ଦ୍ର ଟେଲିଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଲେ, ଆଜିର ଦିନଟି ସ୍ବର୍ଣ୍ଣାଭ ଲିପିରେ ଲିପିବଦ୍ଧ ହୋଇ ରହିବ। ଟେଲିଯୋଗାଯୋଗ ହେଉଛି ଡିଜିଟାଲ୍ ଭାରତର ମୂଳଦୁଆ। ଏହା ହେଉଛି, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡିଜିଟାଲ୍ ସେବା ଯୋଗାଇବାର ବ୍ୟବସ୍ଥା।
ଏହି ଅବସରରେ ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଡିସେମ୍ବର ୨୦୨୩ ସୁଦ୍ଧା ଦେଶର ପ୍ରତ୍ୟେକ ସହର ଓ ଗାଁରେ ‘୫ଜି’ ସେବା ଯୋଗାଇ ଦିଆଯିବ।
ସେ କହିଛନ୍ତି, ଆମେ ନେତୃତ୍ବ ନେବାକୁ ପ୍ରସ୍ତୁତ ଅଛୁ ବୋଲି ମୁଁ କହୁଛି। ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ ଏବେ ‘ଏସିଆନ୍ ମୋବାଇଲ୍ କଂଗ୍ରେସ ଆଣ୍ଡ୍ ଗ୍ଲୋବାଲ୍ ମୋବାଇଲ୍ କଂଗ୍ରେସ’ ହେବା ଉଚିତ। ଭାରତ ସାମାନ୍ୟ ବିଳମ୍ବରେ ସେବା ଆରମ୍ଭ କରିଥିଲେ ବି, ପ୍ରଥମେ ସେବା ଯୋଗାଣ ସମ୍ପନ୍ନ କରିବ।