ମେ’ ୩୦ରେ ନରେନ୍ଦ୍ର ମୋଦୀଙ୍କୁ ନେଇ ଏ ସବୁ ଜିନିଷ ସର୍ଚ୍ଚ କରିଥିଲେ ଲୋକେ, ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ : ଗୁରୁବାର ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଥିବା ସମାରୋହରେ ମୋଦୀଙ୍କ ସମେତ ୫୮ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଖାସ୍‌ କଥା ହେଲା ଗତକାଲି ମୋଦୀଜୀଙ୍କୁ ନେଇ ଯେଉଁ ସବୁ ଜିନିଷ ବିଷୟରେ ଲୋକେ ସର୍ଚ୍ଚ କରିଥିଲେ, ତାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି । ମୋଦୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପେସାଦାର ଜୀବନ ପର୍ଯ୍ୟନ୍ତ ଅନେକ କଥା ବିଷୟରେ ଲୋକେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ମୋଦୀଙ୍କୁ ନେଇ ସର୍ଚ୍ଚିଂ ସଂଖ୍ୟା ସଂନ୍ଧ୍ୟା ୬ଟା ୪୨ମିନିଟ୍‌ରେ ବଢ଼ିବା ଆରମ୍ଭ ହୋଇଥିଲା । ସଂନ୍ଧ୍ୟା ୭ଟାରେ ଏହା ୪୫ପଏଣ୍ଟରୁ ବଢ଼ି ୧୦୦ପଏଣ୍ଟରେ ପହଞ୍ଚିଥିଲା । ମିଳିଥିବା ରିପୋର୍ଟରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ପଞ୍ଜାବରେ ଲୋକେ ମୋଦୀଙ୍କୁ ନେଇ ଅଧିକ ସର୍ଚ୍ଚ କରିଥିଲେ । ମୋଦୀଙ୍କ ମନ୍ତ୍ରିମଣ୍ଡଳକୁ ନେଇ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଦେଖା ଯାଇଥିଲା । ଏହା ପରେ ପରେ ଶପଥ ଗ୍ରହଣ ସମାରୋହକୁ ଲାଇଭ୍‌ ଦେଖିବା ପାଇଁ ଲୋକେ ସର୍ଚ୍ଚ କରିବା ଆରମ୍ଭ କରିଥିଲେ ।

Scroll.in

ଗୁଗଲ ତରଫରୁ ମିଳିଥିବା ବିଶ୍ୱସ୍ତରୀୟ ଡାଟା ଅନୁଯାୟୀ, ଭାରତ ପରେ ନେପାଳ, ଦୁବାଇ, ଓମାନ ଏବଂ କତାରରେ ମୋଦୀଙ୍କୁ ନେଇ ଅଧିକ ସର୍ଚ୍ଚ କରାଯାଇଥିଲା । ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା, ତାଙ୍କ ପତ୍ନୀ, ଜାତି, ବୟସ ଏବଂ ତାଙ୍କର ଭିଡିଓ ଦେଖିବା ପାଇଁ ଲୋକେ ସର୍ଚ୍ଚ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର