ନୂଆଦିଲ୍ଲୀ: ଆଜି ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କସ୍ଥିତ ଜାତିସଂଘର ସାଧାରଣ ପରିଷଦ୍ର ୭୬ତମ ଅଧିବେଶନରେ ଉଦ୍ବୋଧନ ଦେବେ।
ଏବର୍ଷ ପାଇଁ ‘ଜେନେରାଲ୍ ଡିବେଟ୍’ ବା ସାଧାରଣ ବିତର୍କର ମର୍ମ ରହିଛି କୋଭିଡ୍-୧୯ରୁ ତୁରନ୍ତ ମୁକ୍ତିପାଇବାର ଆଶା, ଜୀବନଧାରାର ପୁନଃସଂରଚନା, ବିଶ୍ବର ଆବଶ୍ୟତା ପୂରଣ ଏବଂ ଜନତାଙ୍କ ଅଧିକାର ପ୍ରତି ସମ୍ମାନ ଓ ଜାତିସଂଘକୁ ସୁଦୃଢ଼ କରିବା ଆଦି ପ୍ରସଙ୍ଗ।
Image Courtesy of India Todayସାଧାରଣ ପରିଷଦ୍ ନିମନ୍ତେ ହୋଇଥିବା ଦ୍ବିତୀୟ ପ୍ରୋଭିଜିନାଲ୍ ବକ୍ତା ତାଲିକା ଅନୁସାରେ, ପ୍ରାୟ ୧୦୯ଜଣ ରାଷ୍ଟ୍ର ଓ ସରକାର ମୁଖ୍ୟ ବ୍ୟକ୍ତିଗତ ଭାବେ ‘ସାଧାରଣ ବିତର୍କ’ରେ ଭାଗ ନେବେ। ଏହାଛଡ଼ା, ପାଖାପାଖି ୬୦ଜଣଙ୍କର ପୂର୍ବରୁ ରେକର୍ଡ କରାଯାଇଥିବା ଭିଡିଓ ପ୍ରସାରଣ କରାଯିବ।
ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ରେ ଜାତିସଂଘର ସାଧାରଣ ପରିଷଦ୍ ଅଧିବେଶନରେ ଭାଷଣ ଦେଇଥିଲେ।
ଜାତିସଂଘ ସାଧାରଣ ପରିଷଦ୍ର ୭୬ତମ ଅଧିବେଶନରେ ଉଦ୍ବୋଧନ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ (ନ୍ୟୁୟର୍କର ସ୍ଥାନୀୟ ସମୟ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଥିଲେ। ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଥିବା ହୋଟେଲ୍ ସମ୍ମୁଖରେ ବହୁସଂଖ୍ୟକ ଭାରତୀୟ-ଆମେରିକୀୟ ସମବେତ ହୋଇ ତାଙ୍କୁ ସ୍ବାଗତ ଜଣାଇଥିଲେ। ‘ବନ୍ଦେ ମାତରଂ’ ଓ ‘ଭାରତ ମାତାକୀ ଜୟ’ ଧ୍ବନିରେ ସେ ଅଞ୍ଚଳ ମୁଖରିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ହାତ ହଲାଇ ସେମାନଙ୍କୁ ଅଭିବାଦନ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Modi-to-Attend-in-UN_Thumbnail-1.jpg)