ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ସକାଳ ୬ଟା ୩୦ରେ ସମ୍ବୋଧନ କରିବା ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ଏଥର ଭର୍ଚୁଆଲ ମାଧ୍ୟମରେ ଯୋଗ କରାଯିବ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, କାଲି ୨୧ ଜୁନରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ । ଏଥର ଥିମ ରହିଛି ଯୋଗ ଫର ୱେଲନେସ, ଯାହା ଶାରୀରିକ ଓ ମାନସିକ ରୋଗ ପାଇଁ ଅଭ୍ୟାସ କରାଯିବ । କାଲି ସକାଳ ୬ଟା ୩୦ ମିନିଟରେ ମୁଁ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବି ।

ତେବେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଜୁନ୍ ୨୧ରେ ସମସ୍ତ ଦୂରଦର୍ଶନ ଚ୍ୟାନେଲରେ ସକାଳ ୬.୩୦ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି | ଏହି କାର୍ଯ୍ୟକ୍ରମକୁ ରାଜ୍ୟ ମନ୍ତ୍ରୀ ଆୟୁଷ କିରେନ ରିଜିଜୁ ମଧ୍ୟ ସମ୍ବୋଧିତ କରିବା ସହିତ ମୋରାରଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ ପକ୍ଷରୁ ଲାଇଭ୍ ଯୋଗ ପ୍ରଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ ହେବ।

ସମ୍ବନ୍ଧିତ ଖବର