ନୂଆଦିଲ୍ଲୀ: ସେନ୍ଜେନ୍ର ‘ଝେନ୍ହୁଆ ଡାଟା ଇନ୍ଫର୍ମେସନ୍ ଟେକ୍ନୋଲୋଜି କୋ. ଲିମିଟେଡ୍’ ୧୦ ହଜାରରୁ ଅଧିକ ଭାରତୀୟ ଏବଂ ପ୍ରତିଷ୍ଠାନ ଉପରେ ନଜର ରଖିଥିବା କଥା ଜଣାପଡ଼ିଛି। ଚୀନ୍ ସରକାର ଏବଂ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ସହ ସମ୍ପର୍କ ଥିବା ଏହି କମ୍ପାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେତେକ ପ୍ରମୁଖ ଭାରତୀୟଙ୍କ ଉପରେ ଦୃଷ୍ଟି ରଖିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ, ଚୀନ୍ର ଏହି କମ୍ପାନି ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପରିବାର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଶୋକ ଗେହଲଟ୍, ଅମରିନ୍ଦର ସିଂହ, ଉଦ୍ଧବ ଠାକ୍ରେ, ନବୀନ ପଟ୍ଟନାୟକ ଏବଂ ଶିବରାଜ ସିଂହ ଚୌହାନ, କ୍ୟାବିନେଟ୍ ମନ୍ତ୍ରୀ ରାଜନାଥ ସିଂହ, ରବିଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଓ ପୀୟୁଷ ଗୋୟଲ, ସିଡିସି ବିପିନ ସିଂହ ରାୱତ୍ଙ୍କ ଠାରୁ ଆରମ୍ଭ କରି ଅନ୍ୟୂନ ୧୫ଜଣ ପୂର୍ବତନ ସେନା, ନୌସେନା ଏବଂ ବାୟୁସେନା ମୁଖ୍ୟ, ଭାରତର ପ୍ରଧାନ ବିଚାରପତି ଶରଦ ବୋବ୍ଡ଼େ ଏବଂ ବିଚାରପତି ଏଏମ୍ ଖାନ୍ୱିଲ୍କର୍, ଲୋକପାଳ ବିଚାରପତି ପିସି ଘୋଷ, କମ୍ପ୍ଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍ ଜିସି ମୁର୍ମୁ, ଉଦ୍ୟୋଗୀ ନିପୁନ୍ ମେହେରା, ଅଜୟ ତ୍ରେହାନ୍, ଶୀର୍ଷସ୍ତରୀୟ ଶିଳ୍ପପତି ରତନ ଟାଟା ଏବଂ ଗୌତମ ଅଦାନିଙ୍କ ଉପରେ ଏହି କମ୍ପାନି ମଧ୍ୟ ଦୃଷ୍ଟି ରଖିଛି।
Image Courtesy of The Logical Indianଏହା ବ୍ୟତିରେକେ, ଚୀନ୍ କମ୍ପାନି ପ୍ରମୁଖ ପଦବୀରେ ଥିବା ଅମଲା, ବିଚାରପତି, ବୈଜ୍ଞାନିକ, ଶିକ୍ଷାବିତ୍, ସାମ୍ବାଦିକ, ଅଭିନେତା, କ୍ରୀଡ଼ାବିତ୍, ଧାର୍ମିକ ନେତା, ଏବଂ ସାମାଜିକକର୍ମୀଙ୍କ ଉପରେ ଦୃଷ୍ଟି ରଖିଛି। ଏହାଛଡ଼ା ଆର୍ଥିକ ଅପରାଧ, ଦୁର୍ନୀତି, ଆତଙ୍କବାଦ, ନିଶା ଔଷଧ ଚୋରାଚାଲାଣକାରୀ, ସୁନା ଅସ୍ତ୍ରଶସ୍ତ୍ର ଏବଂ ବନ୍ୟପ୍ରାଣୀ ଚାଲାଣରେ ଅଭିଯୁକ୍ତ ବ୍ୟକ୍ତିଙ୍କ ଉପରେ ବି କମ୍ପାନି ନଜର ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/cyber-spies.jpg)