ବାସଭବନରେ କ୍ୟାବିନେଟ୍ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦: ୩୦ରେ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ବୈଠକ କରିଛନ୍ତି । ସମଗ୍ର ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରି ଯେକୌଣସି ମତେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଭାରତବାସୀଙ୍କୁ ନିବେଦନ କରିବାର ପରଦିନ ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ୟାବିନେଟ୍ ବୈଠକ ଡକାଇଛନ୍ତି ।

ବାସଭବନରେ ପ୍ରଧାନମନ୍ତ୍ରୀ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏଥିରେ ସେ ଦେଶବ୍ୟାପୀ ଘୋଷଣା କରାଯାଇଥିବା ଲକଡାଉନ୍ ଏବଂ ମହାମାରୀ କରୋନାଭାଇରସ୍ ନିୟନ୍ତ୍ରଣ କରିବାକୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିବେ । କ୍ୟାବିନେଟ ବୈଠକ ନିମନ୍ତେ ସମସ୍ତ ମନ୍ତ୍ରୀ ପ୍ରତ୍ୟକ୍ଷଭାବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ହେବେ ବୋଲି ଜଣାପଡ଼ିଛି ।

ଏଠାରେ ପ୍ରକାଶଯୋଗ୍ୟ କି, ଏଯାବତ୍ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ସମଗ୍ର ଭାରତରେ ୧୧ଜଣ ବ୍ୟକ୍ତି ପ୍ରାଣ ହରାଇଲେଣି । ମିଳିଥିବା ତଥ୍ୟ ଅନୁସାରେ ଦେଶରେ ୫୬୦ଜଣ କରୋନାଭାଇରସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ଜଣ ସୁସ୍ଥ ହୋଇସାରିଛନ୍ତି । ସେମାନଙ୍କୁ ଡାକ୍ତରଖାନାରୁ ବିଦାୟ ଦିଆଯାଇଛି ।

ପ୍ରାପ୍ତ ସୂଚନା ଅନୁସାରେ ରବିବାର ଦିନ ଭାରତ ଅନ୍ତର୍ଜାତୀୟ ଗମନାଗମନ ବନ୍ଦ କରିବା ପୂର୍ବରୁ ବିଦେଶରେ ରହୁଥିବା ପ୍ରାୟ ୬୪ ହଜାର ଭାରତୀୟ ସ୍ୱଦେଶକୁ ଫେରିଆସିଥିବା କାରଣରୁ ସରକାର ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର