ଶ୍ରୀନଗର: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ସେଠାକାର ସମସ୍ତ ରାଜନୈତିକ ଦଳମାନଙ୍କର ଏକ ବୈଠକ ଡକାଇ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରକୁ ପୁଣି ରାଜ୍ୟରେ ପରିଣତ କରିବା ଏବଂ ସେଠାକାର ଗୁରୁତ୍ବପୂର୍ଣ୍ଣ ସମସ୍ୟାଗୁଡ଼ିକ ବିଷୟରେ ଏହି ସର୍ବଦଳୀୟ ବୈଠକରେ ଆଲୋଚନା ହେବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ୨୦୧୯ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଉପୁଜିଥିବା ରାଜନୈତିକ ସ୍ଥାଣୁତାର ଅବସାନ ପାଇଁ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ପ୍ରୟାସ।
ଜମ୍ମୁ ଓ କଶ୍ମୀରର ଜଣେ ବରିଷ୍ଠ ରାଜନେତା ଗଣମାଧ୍ୟମକୁ କହିଛନ୍ତି, ଆଗାମୀ ସପ୍ତାହରେ ଗୋଟାଏ ବୈଠକ ଆୟୋଜନ ହେଉଥିବା ସମ୍ପର୍କରେ ଆମକୁ ସୂଚନା ଦିଆଯାଇଛି। ଏଥି ନିମନ୍ତେ ଆମେ ଔପଚାରିକ ଆମନ୍ତ୍ରଣକୁ ଚାହିଁ ବସିଛୁ।
Image Courtesy of India TV Newsଶୁକ୍ରବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଦୋଭାଲ୍, ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଶୀର୍ଷସ୍ତରୀୟ ନିରାପତ୍ତା ଓ ଗୁଇନ୍ଦା ଅଧିକାରୀମାନଙ୍କୁ ଭେଟିଥିଲେ।
ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଦେଇଥିବା ଧାରା ୩୭୦କୁ ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଉଚ୍ଛେଦ କରିବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଯଥା-: ଜମ୍ମୁ ଓ କଶ୍ମୀର ଏବଂ ଲଦାଖରେ ପରିଣତ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି, ଫାରୁକ୍ ଅବ୍ଦୁଲ୍ଲା ଏବଂ ଓମାର ଅବ୍ଦୁଲ୍ଲାଙ୍କ ଭଳି ଜମ୍ମୁ ଓ କଶ୍ମୀରର ଶୀର୍ଷସ୍ତରୀୟ ନେତୃବର୍ଗଙ୍କୁ ଏହା ପୂର୍ବରୁ ଗିରଫ କରାଯା କିଛି ମାସ ପରେ ସେମାନଙ୍କୁ ପୁଣି ମୁକ୍ତ କରାଯାଇଥିଲା।
ଏହି ବୈଠକରେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିବାର ସମ୍ଭାବନା ରହିଛି। ୨୦୧୮ରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ‘ବିଜେପି’ ସହ ସମ୍ପର୍କ ଛିନ୍ନ କରିବା ପରେ ୨୦୧୮ରେ ସେଠାରେ ନିର୍ବାଚନ ହେବାର ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/pm-3.jpg)