ନୂଆଦିଲ୍ଲୀ: ଦେଶରେ ନୋଭଲ କରୋନା ଭାଇରସ୍ ବା କୋଭିଡ୍-୧୯ର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଗୁରୁବାର) ସମୀକ୍ଷା କରିବେ। କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୨୧ ଦିନିଆ ଲକ୍ ଡାଉନ୍କୁ ଏକ ସପ୍ତାହ ପୂରଣ ହୋଇ ଯାଇଥିବା ବେଳେ ଏବେ ସମଗ୍ର ଦେଶର ସ୍ଥିତି ସଂପର୍କରେ ସମୀକ୍ଷା କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଆସନ୍ତାକାଲି ଦିନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି କରୋନା ସ୍ଥିତିର ସମୀକ୍ଷା କରିବେ। ଏଥିସହ ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଆବଶ୍ୟକତା ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ପଚାରି ବୁଝିବେ ପ୍ରଧାନମନ୍ତ୍ରୀ ମୋଦୀ।
Prime Minister Narendra Modi to hold video conferencing with all CMs tomorrow over COVID-19. pic.twitter.com/gaTaCgT4rg
— ANI (@ANI) April 1, 2020
ଉଲ୍ଲେଖଯୋଗ୍ୟ, ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ୨୦ ତାରିଖରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ।