ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରେ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ରାତ୍ର ଭୋଜନ(ଡିନର୍ ପାର୍ଟି) ପାଇଁ ନିମନ୍ତ୍ରଣ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ରବିବାର ସମସ୍ତ ସଦସ୍ୟମାନଙ୍କୁ ରାତ୍ର ଭୋଜନ ସଂପର୍କରେ ନିମନ୍ତ୍ରଣ ଦେଇଥିବା ଜାଣିବାକୁ ମିଳିଛି।
ଏହି ଡିନ୍ର ପାର୍ଟିକୁ ପରିଚାଳନା କରିବେ ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀର ଅଶୋକ ହୋଟେଲ୍ରେ ସଂଧ୍ୟା ୭ଟାରୁ ଏହି ପାର୍ଟି ଆରମ୍ଭ ହୋଇଯିବ।
ମେ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବା ସମସ୍ତ ସାଂସଦମାନଙ୍କୁ ନେଇ ଏହା ହେବ ମୋଦୀଙ୍କ ପ୍ରଥମ ବୈଠକ।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ନିର୍ବାଚନ ପରେ ପ୍ରଥମ ସର୍ବଦଳୀୟ ବୈଠକ ଡକାଇଥିଲେ।
ଏହି ବୈଠକରେ ବିରୋଧୀ ଦଳ ନେତା ନବି ଆଜାଦ, ନାସନାଲ କନ୍ଫରେନ୍ସ ନେତା ଫାରୁକ ଅବଦୁଲା, ଟିଏମ୍ସି ନେତା ଡେରିକ୍ ଓବ୍ରାଏମ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/modi-6.jpg)