ଗାନ୍ଧିନଗର: ରେଲୱେ ଷ୍ଟେସନ କହିଲେ ଆମ ମନକୁ ଆସିଥାଏ ପ୍ଲାଟଫର୍ମ, ଆଉ କେତୋଟି ହାତଗଣତି ଦୋକାନ । ହେଲେ ଆମେ ଆପଣଙ୍କୁ ଏମିତି ଏକ ରେଲୱେ ଷ୍ଟେସନ ଦେଖାଇବୁ ଯାହା ହୁଏତ ଆପଣ ଆଗରୁ କେବେ ବି ଦେଖି ନଥିବେ । କାରଣ ରେଲୱେ ଷ୍ଟେସନରେ ଏଭଳି ଅତ୍ୟାଧୁନିକ ସେବା ଦେଶରେ କେଉଁଠି ବି ନାହିଁ । ତଳେ ରେଲୱେ ଷ୍ଟେସନ ଆଉ ଉପରେ ୫ ଷ୍ଟାର ହୋଟେଲ । ଆଉ ଏହି ହୋଟେଲକୁ ଦେଖିଲେ ଆପଣଙ୍କ ଆଖି ଝଲସି ଉଠିବ ।
/sambad/media/post_attachments/f60ce4c4077a1e192975779c4cb227a95d70bdb8ba07219deafe63479e58d9d6.jpeg)
ଗୁଜୁରାଟ ଗାନ୍ଧିନଗରରେ ଥିବା ଏହି ରେଲୱେ ଷ୍ଟେସନର ଏବେ ମୁଖ୍ୟ ଆକର୍ଷଣ ପାଲଟିଛି ୫ ଷ୍ଟାର ହୋଟେଲ । ଆଉ ଏହି ୫ ଷ୍ଟାର ହୋଟେଲରେ ଗ୍ରାହକଙ୍କ ପାଇଁ ଉନ୍ନତ ସେବା ମଧ୍ୟ ରହିଛି । ଏହି ହୋଟେଲରେ ପ୍ରାର୍ଥନା ରୁମ ଓ ବେବି ଫିଡିଙ୍ଗ ରୁମ ମଧ୍ୟ ରହିଛି । ଏହି ହୋଟେଲରେ ପ୍ରାୟ ୩୧୮ ରୁମ ରହିଛି । ସବୁଠାରୁ ଖାସ କଥା ହେଉଛି ରେଲୱେ ଷ୍ଟେସନ ଉପରେ ତିଆରି ହୋଇଥିବା ଏହି ହୋଟେଲ ଗାନ୍ଧିନଗରର ସବୁଠାରୁ ବଡ଼ ବିଲ୍ଡିଂ । ଆଉ ଏହି ବିଲ୍ଡି ଉପରୁ ଗାନ୍ଧିନଗର, ମହାତ୍ମା ମନ୍ଦିର ଓ ବିଧାନସଭାକୁ ଗୋଟିଏ ଲାଇନରେ ଦେଖିବାର ମଜା ନେଇ ପାରିବେ ଲୋକେ ।
/sambad/media/post_attachments/9b6f2de309eca3e51b29fc3c6da25cbff8ed985ce4b3e625d1beb9785c4a6e7e.jpeg)
ସବୁଠାରୁ ବଡ଼ କଥା ହେଉଛି ଏହି ହୋଟେଲ ରେଲୱେ ଷ୍ଟେସନ ଉପରେ ତିଆରି ହୋଇଛି | ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଷ୍ଟେସନ ଭିତରୁ ହୋଟେଲକୁ ଯିବାର ସୁବିଧା ରହିଛି । ସେହିପରି ହୋଟେଲର ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ଲିପ୍ଟ ଓ ଏସ୍କାଲେଟର ଲଗାଯାଇଛି, ଯାହା ଦ୍ୱାରା ଲୋକମାନେ ପ୍ଲାଟଫର୍ମରେ ପହଞ୍ଚିବାକୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହାସହ ପ୍ରାଥମିକ ଚିକିତ୍ସା ପାଇଁ ଏଠାରେ ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଇଛି ।
/sambad/media/post_attachments/8d0e1c60ce79c27c6f5460088b763271971f5533d87c489c4142f01891c6bf36.jpeg)
ଷ୍ଟେସନ ପରିସରରେ ତିଆରି ହୋଇଥିବା ଏହି ବିଲ୍ଡିଂର ପ୍ରବେଶ ପଥରେ, ଟିକେଟ ବୁକିଂ, ଲିପ୍ଟ- ଏସ୍କାଲେଟର, ବୁକ ଷ୍ଟଲ ଓ ଫୁଡ ଷ୍ଟଲର ସୁବିଧା ମଧ୍ୟ ରହିଛି । ଏହାସହ ଷ୍ଟେସନ କାନ୍ଥରେ ଗୁଜୁରାଟର ବିଭିନ୍ନ ପାରମ୍ପରିକ ଚିତ୍ର ଅଙ୍କା ଯାଇଛି । ଆଉ ଷ୍ଟେସନ ଭିତରେ ଅଙ୍କା ଯାଇଥିବା ଅଯୋଧ୍ୟାର ରାମ ମନ୍ଦିରର ଚିତ୍ର ଲୋକମାନଙ୍କୁ ବେଶି ଆକର୍ଷିତ କରୁଛି ।
/sambad/media/post_attachments/f460b68f4dfd398fd3937b920ad5f412aa2f6241bf6115ac19d3c7649594cde1.jpeg)
୨୦୧୭ ମସିହାରେ ଗାନ୍ଧିନଗର ରେଲୱେ ଷ୍ଟେସନର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଆଉ ଏବେ ଏହି କାମ ପୂରା ହୋଇଛି । ଗୁଜୁରାଟ ସରକାରଙ୍କ ସୂଚନା ଅନୁସାରେ ଜୁଲାଇ ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଷ୍ଟେସନର ଉଦଘାଟନ କରିବେ । ଆଉ ଏହାପରେ ଯାତ୍ରୀମାନେ ଏଭଳି ଏକ ଅତ୍ୟାଧୁନିକ ରେଲୱେ ଷ୍ଟେସନର ସୁବିଧା ପାଇପାରିବେ ।
/sambad/media/post_attachments/6ab52fe1b7edda7a0875d289e14f54e183d095a56cf904ff104bd03406d0230a.jpeg)