ଆଜି ରାଞ୍ଚି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ କୃଷକ ଓ ବ୍ୟବସାୟୀଙ୍କ ନିମନ୍ତେ ପେନ୍‌ସନ୍‌ ଯୋଜନା

ନୂଆଦିଲ୍ଲୀ: ‘କିଷାନ୍‌ ମନ୍‌ଧନ୍‌ ଯୋଜନା’ର (କେଏମ୍‌ଡିଓ୍ଵାଇ) ଶୁଭାରମ୍ଭ କରିବାକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡର ରାଞ୍ଜି ଅଭିମୁଖେ ଯାଉଛନ୍ତି।

ଦିନିକିଆ ରାଞ୍ଚି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରିକ ମନଧନ ଯୋଜନା’ ଏବଂ ‘ସ୍ୱରୋଜଗାର’ ପେନ୍‌ସନ୍‌ ଯୋଜନା ମଧ୍ୟ ଆରମ୍ଭ କରିବେ।

ଦେଶବ୍ୟାପୀ ୪୬୨ଟି ‘ଏକଲବ୍ୟ ମଡେଲ୍‌ ସ୍କୁଲ୍‌’ର ମଧ୍ୟ ପ୍ରଧାନମନ୍ତ୍ରୀ ଅନ୍‌ଲାଇନ୍‌ରେ ଶିଳାନ୍ୟାସ କରିବେ। ସେଥିରୁ ଝାଡ଼ଖଣ୍ଡର ୨୪ ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାରେ ୬୯ଟି ‘ଏକଲବ୍ୟ ମଡେଲ୍‌ ସ୍କୁଲ୍‌’ ଖୋଲାଯିବ।

Image Source: Zee News

୬୦ ବର୍ଷ ବୟସରେ ପଦାର୍ପଣ କରିଥିବା ୫ କୋଟି କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କୁ ‘ପ୍ରଧାନମନ୍ତ୍ରୀ କିଷାନ୍‌ ମନ୍‌ଧନ୍‌ ଯୋଜନା’ ମାଧ୍ୟମରେ ମାସକୁ ସର୍ବନିମ୍ନ ୩୦୦୦ ଟଙ୍କା ପେନ୍‌ସନ୍‌ ମିଳିବ।

ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ ୧୦, ୭୭୪ କୋଟି ଟଙ୍କା ବ୍ୟୟ କରାଯିବ।

ଏବେ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ କ୍ଷୁଦ୍ର ଏବଂ ନାମମାତ୍ର କୃଷକ ଏହି ଯୋଜନାରୁ ଲାଭ ଉଠାଇ ପାରିବେ।

ସମ୍ବନ୍ଧିତ ଖବର