ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଖୁବଶୀଘ୍ର ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ । ଅପରେସନ ସିନ୍ଦୂର ଏବଂ ପାକିସ୍ତାନର ଆତଙ୍କୀ ପ୍ରୀତି ନେଇ ବିଶ୍ବର ବିଭିନ୍ନ ଦେଶ କଣ ଦେଲେ ସନ୍ଦେଶ ସେସବୁର ଫିଡବ୍ୟାକ୍ ନେବେ ମୋଦୀ । ଜୁନ ୯ କିମ୍ବା ୧୦ ତାରିଖରେ ମୋଦୀ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ ନେଇ ଏକ ବୈଠକ କରିବାର ସମ୍ଭାବନା ରହିଥିବା ଜାତୀୟ ଗଣମାଧ୍ଯମରେ ଖବର ପ୍ରକାଶ ପାଇଛି ।
ତେବେ ବିଶ୍ବର ୩୩ଟି ଦେଶକୁ ଭ୍ରମଣ କରିଥିବା ଭାରତର ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଅପରେସନ ସିନ୍ଦୂରର ସଫଳତା ଏବଂ ଆତଙ୍କବାଦ ବିରୋଧରେ ଭାରତର ସ୍ପଷ୍ଟ ନୀତିକୁ ନେଇ ଗସ୍ତ କରିଥିଲେ । ସେଠାରେ ବିଭିନ୍ନ ଦେଶର ନେତୃତ୍ବ ସମେତ ବିଭିନ୍ନ ଦେଶର ସରକାରଙ୍କୁ ଭେଟି ପାକିସ୍ତାନର ଆତଙ୍କୀ ପ୍ରୀତି ଏବଂ ଆତଙ୍କବାଦର ମୂଳପୋଛ ପାଇଁ ସାରା ବିଶ୍ବ କେମିତି ପଦକ୍ଷେପ ନେବ ଏବଂ କେମିତି ଏକାଠି ହେବା ଜରୁରୀ ସେନେଇ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବ୍ରିଫ୍ କରିଛନ୍ତି । ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବାକୁ ଭାରତର ଏହି ଯୋଜନା କେତେ ଫଳପ୍ରଦ ହେଲା ଏବଂ ବିଶ୍ବର ବିଭିନ୍ନ ଦେଶ କଣ ସବୁ ପ୍ରତିକ୍ରିୟା ରଖିଲେ ସେସବୁ ବାବଦରେ ଗୋଟି ଗୋଟି କରି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମୋଦୀଙ୍କୁ ବ୍ରିଫ୍ କରିବେ । ଆଉ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଠାରୁ ସବୁ ଶୁଣିବା ପରେ ଆତଙ୍କବାଦ ବିରୋଧରେ ଆଗାମୀ ରଣନୀତି କଣ ହେବ ତାହା ସ୍ଥିର ହେବ ବୋଲି କୁହାଯାଉଛି ।
ତେବେ ୭ଟି ବଡ଼ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ବ ଭ୍ରମଣରେ ଯାଇଥିଲେ । କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ ଝା, ଡିଏମକେର କାନିମୋଜି କରୁଣାନିଧି, ଏନସିପିର ସୁପ୍ରିୟା ସୁଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ବିଭିନ୍ନ ଦଳର ନେତୃତ୍ବ ନେଇଥିଲେ ।
ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ପୂର୍ବ ଏସିଆ ପରି ଅନେକ ଦେଶ ଗସ୍ତ କରିଛନ୍ତି । ଶଶି ଥରୁର ଆମେରିକା, ପାନାମା, ଗୁଆନା, ବ୍ରାଜିଲ ଓ କଲମ୍ବିଆ ଗସ୍ତ କରିଥିବା ବେଳେ । ବୈଜୟନ୍ତ ପଣ୍ଡା ସାଉଦି ଆରବ, କୁଏତ, ବାହାରିନ ଭଳି ଦେଶ ଗସ୍ତ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/02/G5uIbFDrkdvJtaHv6k5w.jpg)