ନୂଆଦିଲ୍ଲୀ: ଆଜି ଭାରତୀୟଙ୍କ ସୁରକ୍ଷା ପାଇଁ ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁକ୍ରେନ ଉପରେ ଋଷ ଘନ ଘନ ଆକ୍ରମଣ କରୁଥିବା ବେଳେ ଭାରତୀୟମାନେ କିଭଳି ସୁରକ୍ଷିତ ଭାବେ ସ୍ବଦେଶ ଫେରିବେ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ଅନ୍ୟପକ୍ଷରେ ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ରୁଷ ସେନା । ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ । ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି  ଭାରତୀୟ ଦୂତାବାସ । ଭାରତୀୟ ସମୟ ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି ରୁଷ ପକ୍ଷରୁ ଭାରତକୁ ଗୋପନ ସୂଚନା ଦିଆଯାଇଛି । ଏହାକୁ ଭିତ୍ତିକରି ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଥିବା କୁହାଯାଉଛି।

ଏହା ପୂର୍ବରୁ ଫେବ୍ରୁଆରି ୨୪ ତାରିଖ ରାତିରେ ପୁଟିନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ପୁଟିନଙ୍କ ସହ କଥା ହୋଇଥିଲେ। ତୁରନ୍ତ ହିଂସା ବନ୍ଦ ପାଇଁ ପୁଟିନଙ୍କୁ ମୋଦୀ କହିଥିଲେ। ସମସ୍ୟାର ସମାଧାନ ପାଇଁ ସବୁପକ୍ଷ ଆଲୋଚନା ଓ କୂଟନୈତିକ ରାସ୍ତାକୁ ଫେରନ୍ତୁ । ଏଥିସହିତ ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ ଭାରତର ଚିନ୍ତା ସଂପର୍କରେ ମୋଦୀ ପୁଟିନଙ୍କୁ ଅବଗତ କରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହ ଭାରତୀୟ କିଭଳି ସୁରକ୍ଷିତ ଭାବେ ୟୁକ୍ରେନରୁ ଭାରତକୁ ଫେରିବେ ତାହା ଉପରେ ଭାରତ ସର୍ବାଧିକ ଗୁରୁତ୍ବ ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଆଜି ଆଲୋଚନା ପରେ ଦୁଇ କ’ଣ ଫଳାଫଳ ବାହାରୁଛି, ତାହା ଦେଖିବାକୁ ବାକି ରହିଲା।