ଆଜି ଲକ୍ଷ୍ନୌରେ ଅଟଳବିହାରୀ ବାଜପେୟୀଙ୍କ ୨୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌର ଲୋକ ଭବନ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କର ଏକ ୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଆଜି ମଧ୍ୟ ବାଜପେୟୀଙ୍କର ଜନ୍ମଦିବସ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନ ପୂର୍ବରୁ ଉନ୍ମୋଚନ ସ୍ଥଳରେ ନିରାପତ୍ତା ଅଧିକାରୀମାନେ ପହଞ୍ଚି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିସାରିଛନ୍ତି। ସନ୍ଧାନୀ କୁକୁର ଓ ବୋମା ଠାବକାରୀଙ୍କ ସହାୟତାରେ ସେ ଅଞ୍ଚଳକୁ ତନ୍ନ ତନ୍ନ କରି ତଲାସ କରାଯାଇଛି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପସ୍ଥିତ ରହିବେ। ଏହାଛଡ଼ା, ମୋଦୀ ଉତ୍ତର ପ୍ରଦେଶରେ ‘ଅଟଳବିହାରୀ ବାଜପେୟୀ ମେଡିକାଲ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ କରିବେ। ଏଥିନିମନ୍ତେ ୫୦ ଏକର ଜମି ହସ୍ତାନ୍ତର କରିବାକୁ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଥିଲେ।

Image Source: The Indian Express

୧୯୯୬ ମସିହାରେ ଅଟଳବିହାରୀ ବାଜପେୟୀ ପ୍ରଥମେ ସ୍ୱଳ୍ପ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତା’ପରେ ସେ ୧୯୯୮ରୁ ୨୦୦୪ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୫ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରିଥିଲେ। ବାଜପେୟୀଙ୍କ ଜନ୍ମଦିବସ ଡିସେମ୍ବର ୨୫ ତାରିଖକୁ ‘ଗୁଡ୍‌ ଗଭର୍ଣ୍ଣାନାନ୍‌ସ୍‌ ଡେ’ ଭାବେ ପାଳନ କରାଯାଏ।

୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଗ୍ଵାଲିଅର୍‌ରେ ଜନ୍ମିତ ବାଜପେୟୀ ୧୮ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ। ୧୯୫୭ ଏବଂ ୨୦୦୯ ମଧ୍ୟରେ ସେ ୧୦ ଥର ପାର୍ଲାମେଣ୍ଟ୍‌କୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର