ଗାନ୍ଧୀନଗର: ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତା ମାର୍ଚ୍ଚ ୭ ଏବଂ ୮ ତାରିଖରେ ମୋଦୀଙ୍କ ଗୁଜୁରାଟ ଗସ୍ତ । ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବସାରୀରେ ହେବାକୁ ଥିବା 'ଲକ୍ଷପତି ଦିଦି ସମ୍ମିଳନୀ'ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।
'ଲକ୍ଷପତି ଦିଦି ସମ୍ମିଳନୀ'ରେ ପାଖାପାଖି ଅଢେଇ ଲକ୍ଷ ମହିଳାଙ୍କୁ ୪୫୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ମହିଳାଙ୍କୁ ସ୍ୱାବଲମ୍ୱୀ କରିବାକୁ ମୋଦୀ ୨୦୨୩ରେ ଲକ୍ଷପତି ଦିଦି ଯୋଜନାର ଶୁଭାରମ୍ଭ କରିଥିଲେ । ମହିଳା ଦିବସ ଅବସରରେ ଗୁଜୁରାଟର ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/06/LZcR83KtCdvW4Al3biuO.jpg)
