ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ତୌତେ ପ୍ରଭାବରେ ଗୁଜୁରାଟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ବୁଧବାର ଦିନ ଗୁଜୁରାଟର ଭାବନଗରଠାରେ ପହଞ୍ଚିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ତାଙ୍କର ସ୍ୱାଗତ କରିଥିବା ଦେଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ମୁତାବକ ସେ ପ୍ରଭାବିତ ଅମରୋଲି, ଗିର ସୋମନାଥ ଓ ଭାବନଗର ଜିଲ୍ଲା ଗୁଡିକରେ ହୋଇଥିବା କ୍ଷତି ହେଲିକପ୍ଟରରେ ବସି ଅନୁଧ୍ୟାନ କରିବେ ।
ଅନୁଧ୍ୟାନ ପରେ ସେ ଅହମ୍ମଦାବାଦରେ ଏକ ବୈଠକ କରିବେ । ସେଠାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି ।
India TVଉଲ୍ଲେଖଯୋଗ୍ୟ, ସାମୁଦ୍ରିକ ଝଡ ତୌତେ ପ୍ରଭାବରେ ଗୁଜୁରାଟର ଉପକୂଳବର୍ତ୍ତି ଅଞ୍ଚଳମାନଙ୍କରେ ବିଶେଷ କ୍ଷୟକ୍ଷତି ହୋଇଛି । ବିଜୁଳି ଖୁଣ୍ଟଗୁଡିକ ଉପୁଡି ପଡିବା ସହ ରାସ୍ତାଘାଟ ଧୋଇ ହୋଇଯାଇଛି । ଏହାସହ ଅନେକ ଘର ଭାଙ୍ଗିଛି । ଅନ୍ୟପଟେ ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।
ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସୂଚନା ମୁତାବକ ଝଡର ପ୍ରଭାବରେ ୧୬ ହଜାର ଘର ଭାଙ୍ଗିଥିବା ବେଳେ ୪୦ ହଜାରରୁ ଅଧିକ ଗଛ ଉପୁଡି ପଡିଛି | ୭୦ ହଜାରରୁ ଅଧିକ ବିଜୁଣି ଖୁଣ୍ଟ ଭାଙ୍ଗିଛି | ଏହାସହ ୫୯୫୧ ଗାଁକୁ ବିଜୁଳି ସରବରାହ ବନ୍ଦ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ଗୁଜୁରାଟକୁ ଆଗରୁ ଆସିଥିବା ବାତ୍ୟା ମଧ୍ୟରୁ ଏହା ସବୁଠାରୁ ବଡ ବାତ୍ୟା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/t-128.jpg)