ଚଣ୍ଡିଗଡ଼: ପଞ୍ଜାବରେ ବନ୍ୟା ପ୍ରଳୟ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୮୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରବଳ ବନ୍ୟାରେ ଖାଲି ଧନଜୀବନ ନୁହେଁ ବରଂ ଚାଷ ଜମି ବି ପ୍ରଭାବିତ ହୋଇଛି । ୧.୭୫ ଲକ୍ଷ ହେକ୍ଟର ଜମି ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୨ ହଜାର ପାଖାପାଖି ଗାଁ ବନ୍ୟା ଘେରରେ ରହିଛି । 

Advertisment

ଗୋଟେ ପଟେ ଜୀବନ ଜଳବନ୍ଦୀ ଅନ୍ୟପଟେ ଜଳର ଯାତନା- ପୂରା ୨୩ଟି ଜିଲ୍ଲାର ଲୋକେ ଏବେ ବିଷମ ପରିସ୍ଥିତି ଦେଇ ଗତି କରୁଛନ୍ତି । ବିଭିନ୍ନ ସ୍ଥାନରେ ରିଲିଫ କ୍ୟାମ୍ପ କରି ବେଘର ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ତାରିଖରେ ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବାରୁ ପ୍ରଧାନମନ୍ତ୍ରୀ ରୂପନଗର, ପଟିଆଲା ଓ ଜଳନ୍ଧରର ବନ୍ୟା ପ୍ରଭାବିତ ଗାଁ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବେ। ସେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ରିଲିଫ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କରିବେ। ମୋଦୀଙ୍କ ଏହି ପରିଦର୍ଶନ ବନ୍ୟା ପୀଡ଼ିତଙ୍କୁ