ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ଯେଉଁମାନେ ବ୍ୟାପକ ହିଂସାକାଣ୍ଡ ଘଟାଇବା ସହ ଦେଶର ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନେ ନିଜ ଅଧିକାର ସହିତ କର୍ତ୍ତବ୍ୟର ପରିଭାଷା ବୁଝିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରି ସେମାନେ ଠିକ୍ କରିଛନ୍ତି କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଉତ୍ସବ ଅବସରରେ ଲକ୍ଷ୍ନୌ ଲୋକଭବନରେ ବାଜପେୟୀଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସମ୍ପତ୍ତି ନଷ୍ଟକାରୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ୍ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ସେହିଭଳି ଧାରା ୩୭୦, ରାମ ଜନ୍ମଭୂମି ପ୍ରସଙ୍ଗ ଏବଂ ନାଗରିକତା ସଂଶୋଧନ ଆଇନ ଦେଶ ପାଇଁ ଏକ ସମସ୍ୟା ହୋଇ ରହିଥିବା ବେଳେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇ ପାରିଥିବାରୁ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଧାରା ୩୭୦କୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ପୁରୁଣା ରୋଗ ବୋଲି କହିଥିଲେ। ଧାରା ୩୭୦ ଉଚ୍ଛେଦ ସରକାର ପାଇଁ ଏକ ବିରାଟ ଆହ୍ବାନ ଥିଲା। ତାଙ୍କ ସରକାର ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରି ପାରିଛନ୍ତି ବୋଲି ମୋଦୀ କହିଛନ୍ତି। ସେହିଭଳି ରାମ ଜନ୍ମଭୂମି ପ୍ରସଙ୍ଗର ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯାଇ ପାରିଛି। ଦେଶ ପାଇଁ ନାଗରିକତା ସଂଶୋଧନ ଆଇନ ଅତି ଜରୁରୀ ଥିଲା। ଯେଉଁ ଉତ୍ପୀଡ଼ିତ ସଂଖ୍ୟା ଲଘୁମାନେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଚାଲି ଆସିଛନ୍ତି, ସେମାନେ କ’ଣ ସମ୍ମାନର ସହ ଭାରତରେ ରହି ପାରିବେ ନାହିଁ କି ବୋଲି ମୋଦୀ ପ୍ରଶ୍ନ କରିଥିଲେ। ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିବାରେ ତାଙ୍କ ସରକାର ପ୍ରୟାସ କରିଛନ୍ତି ବୋଲି ମୋଦୀ କହିଛନ୍ତି।
ଲକ୍ଷ୍ନୌରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ : ହିଂସାକାରୀମାନେ ଅଧିକାର ଓ କର୍ତ୍ତବ୍ୟର ଭାଷା ବୁଝିବା ଦରକାର - ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2019/12/Atal-Bihari-Vajpayee-Statue-in-Lucknow-1-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)