ନୂଆଦିଲ୍ଲୀ- ଆଜି "ମନ କି ବାତ"ରେ ଭୋଟରଙ୍କୁ ନେଇ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଥିଲା ପ୍ରଧାନମନ୍ତ୍ରୀଙ୍କ ୨୦୨୬ର ପ୍ରଥମ "ମନ କି ବାତ" କାର୍ଯ୍ୟକ୍ରମ । ୨୦୨୬ର ପ୍ରଥମ "ମନ କି ବାତ"ରେ ଦେଶକୁ ସମ୍ବୋଧିତ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ୨୦୨୬ର ପ୍ରଥମ "ମନ କି ବାତ" । ଆସନ୍ତାକାଲି, ଜାନୁଆରୀ ୨୬ ତାରିଖରେ ଆମେ ଗଣତନ୍ତ୍ର ଦିବସ ପାଳନ କରିବୁ । ଏହି ଦିନ ଆମର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଜାନୁଆରୀ ୨୬ ଆମ ସମ୍ବିଧାନର ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ସୁଯୋଗ ପ୍ରଦାନ କରେ ।
ଅଧିକପଢ଼ନ୍ତୁ:୩ ବର୍ଷରେ ଅଭିଯୁକ୍ତ ଦ୍ବାରା ୨ ଜଘନ୍ୟ ହତ୍ୟାକାଣ୍ଡ, ପୁଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ
ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଲଟିଛି:ମୋଦୀ
କିନ୍ତୁ ଆଜି ବି ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଜାନୁଆରୀ ୨୫ ତାରିଖ ‘ନ୍ୟାସନାଲ ଭୋଟର୍ସ ଡେ’। ଭୋଟରମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଯେତେବେଳେ ଜଣେ ଯୁବକ ପ୍ରଥମ ଥର ପାଇଁ ଭୋଟର ହୁଅନ୍ତି, ସେତେବେଳେ ସମଗ୍ର ପଡ଼ୋଶୀ, ଗାଁ କିମ୍ବା ସହର ଏକାଠି ହୋଇ ତାଙ୍କୁ ଅଭିନନ୍ଦନ ଜଣାଇବା ଏବଂ ମିଠା ବଣ୍ଟନ କରିବା ଉଚିତ । ଏହା ଭୋଟ ଦେବା ବିଷୟରେ ସଚେତନତା ବୃଦ୍ଧି କରିବ । ତେଣୁ ୧୮ ବର୍ଷ ବୟସ ହେବା ପରେ ନିଜକୁ ଭୋଟର ଭାବରେ ପଞ୍ଜୀକୃତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଲଟିଛି । ଷ୍ଟାର୍ଟଅପ୍ ଇଣ୍ଡିଆର ଏହି ଆଶ୍ଚର୍ଯ୍ୟଜନକ ଯାତ୍ରାର ନାୟକ ହେଉଛନ୍ତି ଆମର ଯୁବ ବନ୍ଧୁ । ନିଜର କଫର୍ଟ ଯୋନରୁ ବାହାରି ସେମାନେ ଯେଉଁ ଇନୋଭେସନ୍ କରିଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇଛି । ଏଆଇ, ମହାକାଶ, ପରମାଣୁ ଶକ୍ତି, ସେମିକଣ୍ଡକ୍ଟର, ମୋବିଲିଟି, ଗ୍ରୀନ ହାଇଡ୍ରୋଜେନ୍, ବାୟୋଟେକ୍ନୋଲୋଜି, ଭଳି ଷ୍ଟାର୍ଟଅପ୍ ଗୁଡିକରେ ଆମ ଯୁବପିଢ଼ିମାନେ ସଫଳତାର ସହ ଆଗକୁ ବଢ଼ୁଛନ୍ତି ।
ଅଧିକପଢ଼ନ୍ତୁ:ପ୍ରେସ୍ ସ୍ୱାଧୀନତା ଉପରେ ବଢୁଛି ଚାପ:ପାକିସ୍ତାନରେ ସାମ୍ବାଦିକଙ୍କ କଣ୍ଠରୋଧ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/25/10983dbd-202b-4526-98b1-dc1d9b9cf1f2-2026-01-25-14-48-00.jpg)