ଏକକ ବ୍ୟବହାର ଲାଗି ଉଦ୍ଦିଷ୍ଟ ପ୍ଲାଷ୍ଟିକର ବ୍ୟବହାର ରୋକିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗ୍ରେଟର ନୋଇଡା: ଉତ୍ତର ପ୍ରଦେଶର ନୋଇଡାଠାରେ ଜାତିସଂଘ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଭିଭାଷଣ ଦେଇ ଏକକ ବ୍ୟବହାର ଲାଗି ଉଦ୍ଦିଷ୍ଟ ପ୍ଲାଷ୍ଟିକର ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ମୋଦୀ କହିଛନ୍ତି କି ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌କୁ ବିଦାୟ ଦେବାର ସମୟ ଆସି ପହଞ୍ଚି ଯାଇଛି।

ବନାଞ୍ଚଳକୁ  ରକ୍ଷା କରିବା ଉପରେ ଭାରତ ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ୨୦୧୫ରୁ ୨୦୧୭ ମଧ୍ୟରେ ଭାରତ ନିଜ ବନ୍ୟାଞ୍ଚଳ ପରିସୀମାରେ ୦.୮ ହେକ୍ଟର ବୃଦ୍ଧି କରିପାରିଛି। ସେ ଆହୁରି ବି କହିଛନ୍ତି କି ଦେଶର ବିକାଶ ପାଇଁ ଯଦି କିଛି ଗଛ କଟା ଯାଉଛି ତେବେ ତା’ଠାରୁ ଅଧିକ ଗଛ ପୋତା ଯାଇ ଉପୁଜୁଥିବା କ୍ଷତିର ଭରଣା କରାଯାଉଛି।

New Indian Express

ଗ୍ରେଟର ନୋଇଡାରେ ଜାତିସଂଘ ପକ୍ଷରୁ ଅନୁଷ୍ଠିତ ହେଉଥିବା ୟୁନାଇଟେଡ୍‌ ନେସନ୍‌ କନ୍‌ଭେନସନ୍ ଫର୍ କମ୍ବାର୍ଟ  ଡେଜର୍ଟିଫିକେସନରେ ବିଶ୍ୱସ୍ତରୀୟ ନେତାମାନଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି କି ମାଟିର ଅବସ୍ଥାକୁ ବୁଝିବା ପାଇଁ ଭାରତ ଦେଶର କୃଷକମାନଙ୍କୁ ‘ସଏଲ୍‌ କାର୍ଡ’ ପ୍ରଦାନ କରୁଛି। ଏହା ବ୍ୟତୀତ ମୋଦୀ ସ୍ୱଚ୍ଛ ଭାରତ ଅଭିଯାନ ଓ ଜଳ ସଂରକ୍ଷଣ ପ୍ରସଂଗକୁ ବି ଉପସ୍ଥାପନା କରିଛନ୍ତି।

ସମ୍ବନ୍ଧିତ ଖବର