ନୂଆଦିଲ୍ଲୀ: ଦୁଇ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ମୋଦୀ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ମୋଦୀ ମରିସସରେ ଅଛନ୍ତି । ମୋଦୀଙ୍କୁ ପାଇ ଯେତେବେଳେ ମରିସସ୍ ବେଶ ଖୁସି ଅଛି ଆଉ ସେଠାରେ ରହୁଥିବା ଭାରତୀୟ ଯେତେବେଳେ ତାଙ୍କ ସହ ମିଶିବାକୁ ତାଙ୍କ ଠାରୁ ଭାଷଣ ଶୁଣିବାକୁ ଉତ୍ସାହିତ ଅଛନ୍ତି ଠିକ୍ ସେତିକି ବେଳେ ମୋଦୀ ଓ ମରିସସ୍ ଭିତରେ ଥିବା ସମ୍ପର୍କକୁ ମନେପକାଇଛି ସୋସିଆଲ ମିଡିଆ ଏକ୍ସର ମୋଦୀ ଆରକାଇଭ ଆକାଉଣ୍ଟ ।

Advertisment

ମରିସସ୍ ସହ ମୋଦୀଙ୍କ ସମ୍ପର୍କ ଏବେର ନୁହେଁ ବରଂ ବହୁ ଆଗରୁ । ୨୭ ବର୍ଷ ତଳେ ମୋଦୀ- ମରିସସ୍ ଭିତରେ ସମ୍ପର୍କ ଗଢି ଉଠିଛି । ଯେତେବେଳେ ୧୯୯୮ରେ ମୋଦୀ ପ୍ରଥମ ଥର ପାଇଁ ମରିସସ୍ ଗସ୍ତରେ ଯାଇଥିଲେ । ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ମୋଦୀ ମିନି ଇଣ୍ଡିଆ ଭାବେ ପରିଚିତ ମରିସସ୍ ଗସ୍ତ କରିଥିଲେ । ଯେଉଁଠି ସେ ଆନ୍ତର୍ଜାତୀୟ ରାମାୟଣ ସମ୍ମେଳନରେ ଯୋଗ ଦେଇଥିଲେ । ମୋକାରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ରାମାୟଣ ସମ୍ମେଳନରେ ଯୋଗ ଦେଇ ମୋଦୀ ପ୍ରଭୁ ଶ୍ରୀରାମଙ୍କ ସମ୍ପର୍କରେ କହିଥିଲେ । 

୧୯୯୮ ଅକ୍ଟୋବରରେ ରାମାୟଣ ସମ୍ମେଳନରେ ଯୋଗ ଦେବା ସହ ମୋଦୀ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଭେଟିଥିଲେ ଯେଉଁମାନେ ପରବର୍ତ୍ତୀ ସମୟରେ ମରିସସର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ଆଜି ଯେତେବେଳେ ମୋଦୀ ମରିସସ ଗସ୍ତରେ ଅଛନ୍ତି ତାଙ୍କର ସେ ସ୍ମୃତିକୁ ଆଉଥରେ ରୋମନ୍ଥନ କରାଯାଇଛି ।