ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ରାଜପଥରେ ଚାଲିଥିବା ‘ହୁନର ହାଟ’କୁ ଅଚାନକ ଗସ୍ତ କରିଥିଲେ। ହୁନର ହାଟରେ ମୋଦ ବ୍ୟବସାୟୀ ଏବଂ ଶିଳ୍ପକାରଙ୍କ ସହ କଥା ହେବା ସହ ମଧ୍ୟାହ୍ନଭୋଜନରେ ଲିଟ୍ଟି ଚୋଖା ଖାଇଥିଲେ ଏବଂ ମାଟି କପ୍ରେ ଚା’ ପିଇଥିଲେ। କେନ୍ଦ୍ର କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରିବା ପରେ ପ୍ରଧାନମନ୍ତ୍ରୀ ଆଜି ସିଧାସଳଖ ଯାଇ ‘ହୁନର ହାଟ’ରେ ପହଞ୍ଚି ଯାଇଥିଲେ। ମୋଦୀଙ୍କ ଗସ୍ତକୁ ନେଇ ଅନ୍ୟ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଏହି ହୁନର ହାଟରେ ମୋଦୀ ପ୍ରାୟ ୫୦ ମିନିଟ୍ ଅତିବାହିତ କରିଥିଲେ। ପୂର୍ବ ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡରେ ଲୋକପ୍ରିୟ ଖାଦ୍ୟ ଲିଟ୍ଟି ଚୋଖା ଖାଇବା ପାଇଁ ମୋଦୀ ୧୨୦ ଟଙ୍କା ଦେଇଥିଲେ। ମୋଦୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍ଭୀଙ୍କ ସହ ଚା’ ପିଇଥିଲେ ଏବଂ ୨ କପ୍ ଚା’ ପାଇଁ ୪୦ ଟଙ୍କା ଦେଇଥିଲେ। ହୁନର ହାଟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଳ୍ପୀମାନେ କହିଛନ୍ତି, ପାରମ୍ପରିକ କାରୁକାର୍ଯ୍ୟ ଧୀରେଧୀରେ ଲୋପ ପାଉଥିବା ବେଳେ ‘ହୁନର ହାଟ’ କାର୍ଯ୍ୟକ୍ରମ ଏହାକୁ ଜୀବିତ ରଖିବାରେ ସହାୟକ ହେଉଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ହୁନର ହାଟ କାର୍ଯ୍ୟକ୍ରମ ଚାଲିବ।
‘ହୁନର ହାଟ’କୁ ଅଚାନକ ଗସ୍ତ କଲେ ମୋଦୀ, ‘ଲିଟ୍ଟି ଚୋଖା’ ଖାଇଲେ, ମାଟି କପ୍ରେ ଚା’ ପିଇଲେ
/sambad/media/post_attachments/wp-content/uploads/2020/02/PM-Modi-in-Hunar-Haat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)