ପ୍ରଧାନମନ୍ତ୍ରୀ ଭାରତର କୃଷି ବ୍ୟବସାୟକୁ ତାଙ୍କର ଦୁଇ ବନ୍ଧୁଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷି ବ୍ୟବସାୟକୁ ତାଙ୍କର ଦୁଇ ବନ୍ଧୁଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ଆଜି ଏକ ରାଲିକୁ ସମ୍ବୋଧିତ କରି ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ ପୂର୍ବତନ କଂଗ୍ରେସ ସଭାପତି କୃଷି ଆଇନ ତଥା ଚାଲିଥିବା କୃଷକଙ୍କ ଆନ୍ଦୋଳନ ଉପରେ ନିଜର ଆଭିମୁଖ୍ୟ ଦୋହରାଇବାକୁ ପଛଘୁଞ୍ଚା ଦେଇ ନାହାଁନ୍ତି। ପୂର୍ବରୁ ଅନେକ ଥର ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ସେ ତାଙ୍କର ଦୁଇ ବନ୍ଧୁଙ୍କ କଥା କହିଛନ୍ତି।

indiatoday

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଭାରତର ୪୦% ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ଲୋକସଭା ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚାଷୀ ଆନ୍ଦୋଳନ ସମୟରେ ଜୀବନ ହରାଇଥିବା ଚାଷୀ ଭାଇଙ୍କ ପାଇଁ ଦୁଇ ମିନିଟର ନିରବ ପ୍ରାର୍ଥନା କରିବାକୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରିବି। ଏହା ୪୦ପ୍ରତିଶତ ଲୋକଙ୍କ ବ୍ୟବସାୟ, ଯେଉଁଥିରେ କୃଷକ, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ, ବ୍ୟବସାୟୀ ଏବଂ ଶ୍ରମିକ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବ୍ୟବସାୟକୁ ତାଙ୍କର ଦୁଇ ବନ୍ଧୁଙ୍କୁ ଦେବାକୁ ଚାହୁଁଛନ୍ତି। ଏହା ହେଉଛି ନୂତନ ଚାଷୀ ଆଇନର ଉଦ୍ଦେଶ୍ୟ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସେ ଦୁଇ ବନ୍ଧୁ କିଏ, ତାହା ସେ ଜଣାଇ ନାହାନ୍ତି।

ସମ୍ବନ୍ଧିତ ଖବର