ବ୍ୟାଙ୍କକକ୍: ଥାଇଲାଣ୍ଡରେ ରାମାୟଣ ଦେଖିଲେ ମୋଦୀ । ମଞ୍ଚରେ ପରିବେଷିତ ଥାଇ ରାମାୟଣକୁ ମନଭରି ଉପଭୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ । ରାମାୟଣ ଶେଷ ପରେ ମଞ୍ଚରେ ଅଭିନୟ କରୁଥିବା କଳାକାରଙ୍କ ସହ ଫଟୋ ଉଠାଇ ସେହି ସ୍ମରଣୀୟ ମୁହୂର୍ତ୍ତକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଏକ ଅନନ୍ୟ ସାଂସ୍କୃତିକ ସଂଯୋଗର ମୁକସାକ୍ଷୀ ସାଜିଲି । ଥାଇ ରାମାୟଣ, ରାମାକିଏନର ଏକ ମନଛୁଆଁ ପ୍ରଦର୍ଶନର ସାକ୍ଷୀ ପାଲଟିଲି । ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଥିବା ସାଂସ୍କୃତିକ ଏବଂ ସଭ୍ୟତା ସମ୍ପର୍କକୁ ଏହା ସୁନ୍ଦର ଭାବରେ ବର୍ଣ୍ଣନା କଲା ଯାହା ମୋ ପାଇଁ ଏକ ବଳିଷ୍ଠ ଅନୁଭୂତି ।
A cultural connect like no other!
— Narendra Modi (@narendramodi) April 3, 2025
Witnessed a captivating performance of the Thai Ramayana, Ramakien. It was a truly enriching experience that beautifully showcased the shared cultural and civilisational ties between India and Thailand.
The Ramayana truly continues to connect… pic.twitter.com/wCoea0xCo1
ତେବେ ଆଜି ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସକାଳେ ନୂଆଦିଲ୍ଲୀରୁ ବ୍ୟାଙ୍କକକୁ ଯାଇଥିଲେ । ଥାଇଲାଣ୍ଡରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
#WATCH | On his arrival in Bangkok, PM Modi witnessed a vibrant display of Indian culture: Garba from Gujarat and Mantras from the local Thai community. The Sikh community gifted a memento with the Golden Temple. Navjar mantras from the Jain community. Gita gifted by the ISKCON… pic.twitter.com/fqUo7QmSSg
— ANI (@ANI) April 3, 2025
ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୪ରେ ଅନୁଷ୍ଠିତ ହେବାକୁ ଥିବା ବିମଷ୍ଟ୍ରେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଥାଇଲାଣ୍ଡ ଗସ୍ତ କରିଛନ୍ତି । ଏହାପୂର୍ବରୁ ପୋଲିସ, ଡଗ ସ୍ବାର୍ଡ ବ୍ୟାଙ୍କକକ୍ ହୋଟେଲରେ ସୁରକ୍ଷା ଯାଞ୍ଚ କରିଥିଲା, ଯେଉଁଠାରେ
ପ୍ରଧାନମନ୍ତ୍ରୀ ମୋଦୀ ଥାଇଲାଣ୍ଡ ଗସ୍ତ ସମୟରେ ଏପ୍ରିଲ ୪ରେ ହେବାକୁ ଥିବା ଷଷ୍ଠ ତମ ଶିଖର ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଶିନାୱାଟ ମନ୍ଦିର ପରିଦର୍ଶନ କରିବେ । ଏହି ସ୍ଥାନ ବୁଦ୍ଧଙ୍କ ବିଶାଳ ପ୍ରତିମୂର୍ତ୍ତି ପାଇଁ ପ୍ରସିଦ୍ଧ । ସମ୍ମିଳନୀରେ ଥାଇଲାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ମିଆଁମାର ଏବଂ ଭୁଟାନର ନେତାମାନେ ଅଂଶଗ୍ରହଣ କରିବେ ।