ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବା ପାଇଁ ମୋଦୀ ପିନ୍ଧିଥିବା ଚଷମାର ମୂଲ୍ୟ କହିଲେ ଟୁଇଟର ବ୍ୟବହାରକାରୀ

ନୂଆଦିଲ୍ଲୀ: ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ବିରଳ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିିଳିଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ବି କେରଳର କୋଝିକୋଡରେ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିଥିଲେ। ଏହି ସମୟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ବ୍ୟବହାରକାରୀ ମୋଦୀ ଯେଉଁ ଚଷମା ପିନ୍ଧି ସୂର୍ଯ୍ୟୋପରାଗ ଦେଖିଥିଲେ ତାହାର ମୂଲ୍ୟ ଜଣାଇଛନ୍ତି।

Latestly

ପ୍ରଧାନମନ୍ତ୍ରୀ ମୋଦୀ ସୂର୍ଯ୍ୟୋପରାଗର ଏକ ଫଟୋ ଟୁଇଟ୍‌ କରି ଲେଖିଛନ୍ତି, ‘ଅନେକ ଭାରତୀୟଙ୍କ ପରି ମୁଁ ବି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବାକୁ ଆଗ୍ରହୀ ଥିଲି। ଦୁର୍ଭାଗ୍ୟବଶତଃ ସୂର୍ଯ୍ୟକୁ ବାଦଲ ଢାଙ୍କି ଦେଇଥିବାରୁ ସୂର୍ଯ୍ୟୋପରାଗ ଦେଖି ପାରିଲି ନାହିଁ। କିନ୍ତୁ ଲାଇଭ୍ ଷ୍ଟ୍ରିମିଂ ଜରିଆରେ କେରଳର କୋଝିକୋଡ୍‌ରୁ ସୂର୍ଯ୍ୟୋପରାଗର ଝଲକ ଦେଖିବାକୁ ମିଳିଥିଲା।’

ମୋଦୀ ଟୁଇଟରରେ ସେୟାର କରିଥିବାର ଫଟୋକୁ ନେଇ ଜଣେ ବ୍ୟବହାରକାରୀ ମୋଦୀଙ୍କୁ ତାଙ୍କର ଏହି ଫଟୋ ଉପରେ ଏକ ମିମ୍‌ ତିଆରି କରିବା ପାଇଁ ଅନୁମତି ମାଗିଥିଲେ। ମୋଦୀ ଏହାର ଉତ୍ତରରେ ଉକ୍ତ ବ୍ୟବହାରକାରୀଙ୍କୁ ସ୍ୱାଗତ ଜଣାଇବା ସହ ଏହାର ଆନନ୍ଦ ଉଠାନ୍ତୁ ବୋଲି କହିଥିଲେ।

aajtak

ଏହାପରେ ଜଣଙ୍କ ପରେ ଜଣେ ତାଙ୍କୁ ପ୍ରତିକ୍ରିୟା ଦେବାକୁ ଆରମ୍ଭ କରିଥିଲେ। କେହିକେହି ମୋଦୀଙ୍କୁ ‘କୁଲ’ କହିବା ସହିତ କେହି ଟୁଇଟର ବ୍ୟବହାରକାରୀ ମୋଦୀ ପିନ୍ଧିଥିବା ଚଷମାର ମୂଲ୍ୟ କହିଥିଲେ। ଜଣେ ବ୍ୟବହାରକାରୀ ମୋଦୀ ସୂର୍ଯ୍ୟୋପରାଗ ସମୟରେ ପିନ୍ଧିଥିବା ଚଷମାକୁ ଜର୍ମାନୀରେ ତିଆରି ବୋଲି କହିଥିବା ବେଳେ ଅନ୍ୟ ଜଣେ ଏହି ଚଷମାର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାର ବୋଲି କହିଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର