ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଦିଲ୍ଲୀ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ମୋଦୀ-ଭାନ୍ସ ଭେଟଘାଟ । ସଂଧ୍ୟାରେ ଜେଡି ଭାନ୍ସ ଏବଂ ତାଙ୍କ ପତ୍ନୀ ଓ ପିଲାଙ୍କୁ ମୋଦୀଙ୍କ ବାସଭବନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ।
PM Modi welcomes US Vice President JD Vance and Second Lady Usha Vance and their children to his official residence at Lok Kalyan Marg in Delhi pic.twitter.com/9U3UQcMPU1
— ANI (@ANI) April 21, 2025
ଅତିଥିଙ୍କୁ ସ୍ବାଗତ ସମୟରେ ବାସଭବନରେ ରେଡ୍ କାର୍ପେଟ୍ ପଡିଥିବା ଦେଖିବାକୁ ମିଳିଛି । ଭବ୍ୟ ସ୍ବାଗତ ପରେ ମୋଦୀ ଜେଡି ଭାନ୍ସ ଏବଂ ତାଙ୍କ ପରିବାରକୁ ବାସଭବନରେ ଥିବା ଉଦ୍ୟାନରେ ବୁଲାଇଥିଲେ ଏବଂ ତାଙ୍କ ପିଲାଙ୍କ ସହ ଖେଳୁଥିବା ଦେଖିବାକୁ ମିଳିଥିଲା । ମୋଦୀ ଜେଡି ଭାନ୍ସଙ୍କ ୩ ପୁଅଝିଅଙ୍କୁ ମୟୂର ଚନ୍ଦ୍ରିକା ପ୍ରଦାନ କରିବା ସହ ସେମାନଙ୍କୁ ସ୍ନେହ କରୁଥିବା ଦେଖିବାକୁ ମିଳିଛି ।
#WATCH | PM Modi welcomes US Vice President JD Vance and Second Lady Usha Vance and their children to his official residence at Lok Kalyan Marg in Delhi pic.twitter.com/cbKUrPsjkv
— ANI (@ANI) April 21, 2025
ତେବେ ବାସଭବନରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ଟ୍ରମ୍ପ ଲଗାଇଥିବା ଟାରିଫ ଉପରେ ମୋଦୀ ଆଲୋଚନା କରିପାରନ୍ତି । ସକାଳେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଥିଲେ ଜେଡି ଭାନ୍ସ । ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ।