ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଆମେରିକାର ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ଆମେରିକାର ସବୁଠାରୁ ସମ୍ମାନଜନକ ଗେଟ୍‌ସ ପୁରସ୍କାରରେ ପୁରସ୍କୃତ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ପାଇଁ ମୋଦୀଜୀଙ୍କୁ ଏହି ପୁରସ୍କାର ମିଳିବ ବୋଲି ଜଣାପଡ଼ିଛି । ମୋଦୀଙ୍କୁ ଏହି ସମ୍ମାନ ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ପକ୍ଷରୁ ଦିଆଯିବ । ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପିଏମ୍‌ଓର ରାଜ୍ୟମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଶେଷ ଆଡ଼କୁ ଆଯୋଜିତ ହେବାକୁ ଥିବା ଏକ ବୈଠକରେ ଯୋଗ ଦେବା ପାଇଁ ଆମେରିକା ଯିବେ । ଯେଉଁ ସମୟରେ ତାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ୫ବର୍ଷ ପୂର୍ତ୍ତି ଅବସରରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଅକ୍ଟୋବର ୨, ୨୦୧୪ରେ ନିଜର ପ୍ରଥମ କାର୍ଯ୍ୟକାଳରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଆରମ୍ଭ ହେବାର ୫ବର୍ଷ ପରେ ଦେଶରେ ସୁଧାର ଆସିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର