ଗାନ୍ଧିନଗର: ଗୁଜୁରାଟର କେଓ୍ଵାଡିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ନୂଆ ସରକାରର ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହେବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀଙ୍କ ଅଧିକାରୀ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଓ ରାଜ୍ୟ ମୁଖ୍ୟ ସଚିବ ଡାକ୍ତର. ଜେଏନ୍ ସିଂହଙ୍କୁ ସମ୍ମିଳନୀ ପାଇଁ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଲୋକାର୍ପଣ କରିବା ପରେ ପ୍ରଥମ ଥର ସେପ୍ଟମ୍ବର ୨୦୧୮ରେ ଦେଶର ଶୀର୍ଷ ଡିଜିପି ଓ ଆଇଜିପି ସମେତ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଓ ଗୃହ ମନ୍ତ୍ରାଳୟର ଉଚ୍ଚ ଅଧିକାରୀଙ୍କ ସହିତ ନ୍ୟାସନାଲ କନଫରେନ୍ସ କରିଥିଲେ। ଏହି ସମ୍ମିଳନୀରେ ତତ୍କାଳୀନ କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ମୋଦୀ ଓ ରାଜନାଥ ସିଂହ ଏହି ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ଓ ବାହାର ସୁରକ୍ଷାକୁ ନେଇ ଏକ ଯୋଜନା ଆରମ୍ଭ କରିଥିଲେ ଓ ଏହାକୁ ଦେଶରେ ଲାଗୁ କରିଥିଲେ।
/sambad/media/post_attachments/wp-content/uploads/2019/06/xstatueofunitynewstoday-1559996584.jpg.pagespeed.ic_.YkFrpKzRrj.jpg)
ଏବେ ନୂଆ ସରକାର ଗଠନ ପରେ ମୋଦୀଙ୍କ ଲକ୍ଷ୍ୟ ଆଇଏଏସ୍ ଅଧିକାରୀଙ୍କ ସମ୍ମିଳନୀ କରି ଦେଶର ପ୍ରଶାସନକୁ ଏକ ନୂଆ ଦିଗ ଦେବେ। ଏହି ସମ୍ମିଳନୀରେ ଦେଶର ବରିଷ୍ଠ ୭୦୦ ଆଇଏଏସ ଅଧିକାରୀଙ୍କୁ ଆମନ୍ତ୍ରିତ ଦିଆଯିବାର ଅଛି, ଯେଉଁମାନେ କି ଦେଶ ଓ ବିଭିନ୍ନ ରାଜ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ନିମନ୍ତ୍ରିତ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/download-3-3.jpg)