ନୂଆଦିଲ୍ଲୀ: ବନ୍ୟାରେ ବୁଡିଛି ପଞ୍ଜାବ ଏବଂ ହିମାଚଳ ପ୍ରଦେଶ । ପ୍ରକୃତିର କୋପରେ ଦୁଇ ରାଜ୍ୟର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆସନ୍ତାକାଲି ଖୋଦ୍ ପ୍ରଧାନମନ୍ତ୍ରୀ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । କାଲି ମୋଦୀଙ୍କ ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ଗସ୍ତ ରହିଥିବା ବେଳେ ଦୁଇ ରାଜ୍ୟ କେନ୍ଦ୍ର ସରକାରଙ୍କ ଠାରୁ ସ୍ବତନ୍ତ୍ର ପ୍ୟାକେଜ ଆଶା କରିଛନ୍ତି ।
Prime Minister Narendra Modi will visit Himachal Pradesh and Punjab tomorrow to review the flood-related situation. He will undertake an aerial survey of the flood and landslide-hit areas in Himachal Pradesh. At around 1:30 PM, he will reach Kangra, Himachal Pradesh, where he… pic.twitter.com/02peDgkX5i
— ANI (@ANI) September 8, 2025
ରାଜ୍ୟ ବନ୍ୟା ଦ୍ବାରା ଭୀଷଣ କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଭାବିତ ରାଜ୍ୟ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ଆଶା ରଖିଛନ୍ତି ହିମାଚଳ ପ୍ରଦେଶ ମୁଖ୍ଯମନ୍ତ୍ରୀ । ସେ କହିଛନ୍ତି- ପ୍ରଧାନମନ୍ତ୍ରୀ ଯେତେବେଳେ ବି ଆସନ୍ତି ସବୁବେଳେ କିଛି ନା କିଛି ଆଶା ରହିଥାଏ । ଆମେ ଆଶା କରୁଛୁ ଯେ ସେ ଏକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଘୋଷଣା କରିବେ । ବନ୍ୟାରେ ୫ ହଜାର କୋଟି ଟଙ୍କା ଯାଏଁ କ୍ଷତି ନେଇ ଆକଳନ କରାଯାଉଥିବା ବେଳେ ଏହା ଆହୁରି ବଢ଼ିପାରେ । କାରଣ ବିଭିନ୍ନ ପଞ୍ଚାୟତର ଅନେକ ରାସ୍ତା ଭାଙ୍ଗି ଯାଇଛି । ତେଣୁ ଏସବୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ସୁଖବିନ୍ଦର ସିଂହ ସୁଖୁ ଆଶା ରଖିଛନ୍ତି । ସେହିପରି ପଞ୍ଜାବରେ ବନ୍ୟା ଭୟଙ୍କର କ୍ଷୟକ୍ଷତି କରିଥିବା ବେଳେ ପଞ୍ଜାବ ସରକାର କେନ୍ଦ୍ର ଠାରୁ ୨୫ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଆଶା ରଖିଛନ୍ତି । ପ୍ରଧାନମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା ପରେ ପଞ୍ଜାବ ପାଇଁ କିଛି ଘୋଷଣା କରନ୍ତୁ ବୋଲି ଆଶା ରଖିଛି ରାଜ୍ୟ ।
#WATCH | Shimla | On PM Modi's visit to Himachal Pradesh, Chief Minister Sukhvinder Singh Sukhu says, "... Certainly, whenever the Prime Minister comes, there is always hope... We expect him to release a special relief package... The estimated damage is up to Rs 5 thousand… pic.twitter.com/KljxhQNbIg
— ANI (@ANI) September 8, 2025
ତେବେ ଆସନ୍ତାକାଲି ମୋଦୀ ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ଗସ୍ତରେ ଯିବାକୁ ଥିବା ବେଳେ ପ୍ରାୟ ୧ଟା ୩୦ ମିନିଟରେ ସେ ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ପହଞ୍ଚିବେ । ଯେଉଁଠାରେ ସେ ଅଧିକାରୀମାନଙ୍କୁ ଭେଟିବେ ଏବଂ ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିବେ। କାଙ୍ଗଡ଼ାରେ ବନ୍ୟା ପ୍ରଭାବିତ ବ୍ୟକ୍ତି ଏବଂ NDRF, SDRF ଏବଂ ଆପଦା ମିତ୍ର ଦଳକୁ ମଧ୍ୟ ଭେଟିବେ ମୋଦୀ । ତା'ପରେ ସେ ଅପରାହ୍ନ ପ୍ରାୟ ୩ଟା ସମୟରେ ପଞ୍ଜାବ ଅଭିମୁଖେ ବାହାରି ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଏରିଏଲ ସର୍ଭେ କରିବେ। ହିମାଚଳ ପ୍ରଦେଶର ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ସବୁ ଆକାଶ ମାର୍ଗରୁ ସେ ସର୍ଭେ କରିବା ସହ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳରକୁ ମଧ୍ଯ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ।
ପରେ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୪ଟା ୧୫ରେ ଗୁରୁଦାସପୁରରେ ପହଞ୍ଚିବେ । ଯେଉଁଠାରେ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବନ୍ୟା ପ୍ରଭାବିତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ । ଏନଡିଆରଏଫ, ଏସଡିଆରଏଫ ଏବଂ ଆପଦା ମିତ୍ର ଦଳ ସହିତ ମଧ୍ୟ ଆଲୋଚନା କରିବେ।