ରାଇପୁର: ଛତିଶଗଡବାସୀଙ୍କୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ମୋଦୀଙ୍କ ଛତିଶଗଡ ଗସ୍ତ ଥିବା ବେଳେ ଏହି ଅବସରରେ ସେ ଜନତାଙ୍କୁ ବଡ ଉପହାର ଦେଇପାରନ୍ତି । ଛତିଶଗଡର ବିକାଶ ପାଇଁ ମୋଦୀ ୩୩ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିପାରନ୍ତି । ଯାହା ଛତିଶଗଡବାସୀଙ୍କ ଆର୍ଥିକ, ସାମାଜିକ ବିକାଶରେ ସହାୟ ହେବ ।
ଗସ୍ତ ପୂର୍ବରୁ ମୋଦୀ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହା ସୂଚନା ଦେଇଛନ୍ତି । ଛତିଶଗଡ଼ର ବିକାଶ ଏବଂ ଉନ୍ନତି ପାଇଁ ୩୩ କୋଟି ଟଙ୍କାର ପ୍ରକଳ୍ପ ଉପହାର ପ୍ରଦାନ କରିବେ ମୋଦୀ । ୨୦୨୪ ନିର୍ବାଚନ ପରେ ଛତିଶଗଡକୁ ଏହା ମୋଦୀଙ୍କ ପ୍ରଥମ ଗସ୍ତ । ରାଜ୍ୟରେ ବିଜେପି ସରକାର ଥିବା ବେଳେ ଜନତାଙ୍କ ଉନ୍ନତି ପାଇଁ ମୋଦୀ ଉପହାର ଦେବେ । ତେବେ ଏହି ଅସବରରେ ମୋଦୀ ଏକ ସାଧାରଣ ସଭାରେ ଯୋଗ ଦେଇ ଜନତାଙ୍କୁ ସମ୍ଭୋଧିତ କରିବେ । ଉକ୍ତ ସମାବେଶରେ ପ୍ରାୟ ୨ ଲକ୍ଷ ଲୋକଙ୍କ ସମାଗମ ହେବା ନେଇ ସୂଚନା ମିଳିଛି ।
In a big boost to Chhattisgarh’s progress, projects worth Rs. 33,700 crore will either be inaugurated or their foundation stones will be laid. These projects cover the power, oil and gas, rail, road, education and housing sectors.
— Narendra Modi (@narendramodi) March 29, 2025
ତେବେ ମୋଦୀ ଲେଖିଛନ୍ତି, ଛତିଶଗଡର ପ୍ରଗତିକୁ ଏକ ବଡ଼ ପ୍ରୋତ୍ସାହନ ସ୍ୱରୂପ, ୩୩,୭୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯିବ , କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିଦ୍ୟୁତ୍, ତୈଳ ଏବଂ ଗ୍ୟାସ୍, ରେଳ, ସଡ଼କ, ଶିକ୍ଷା ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ଏହି ଅର୍ଥ ରାଶି ସହାୟ ହେବ ।