ନୂଆଦିଲ୍ଲୀ: ଆଜି ହିମାଚଳ ପ୍ରଦେଶ ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଚଳିତ ଥର ନୂଆକରି ଭୋଟ୍ ଦେଉଥିବା ତରୁଣମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଜି ହିମାଚଳ ପ୍ରଦେଶ ବିଧାନସଭାର ସମସ୍ତ ଆସନ ନିମନ୍ତେ ଭୋଟ୍ ଗ୍ରହଣ ଦିନ। ଗଣତନ୍ତ୍ରର ଏଇ ମହୋତ୍ସବରେ ପୂର୍ଣ୍ଣ ଉଚ୍ଛ୍ବାସରେ ଭାଗ ନେଇ ମତଦାନ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିବା ଲାଗି ଦେବଭୂମିର ସମସ୍ତ ଭୋଟର୍ମାନଙ୍କୁ ମୋର ଅନୁରୋଧ। ଏହି ଅବସରରେ ନୂଆ କରି ଭୋଟ୍ ଦେଉଥିବା ରାଜ୍ୟର ତରୁଣମାନଙ୍କୁ ମୋର ବିଶେଷ ଶୁଭେଚ୍ଛା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମଧ୍ୟ ଭୋଟର୍ମାନଙ୍କୁ ନିବେଦନ କରି ଲେଖିଛନ୍ତି: ମଜବୁତ ଏବଂ ଦୁର୍ନୀତିମୁକ୍ତ ସରକାର ହିଁ ହିମାଚଳ ପ୍ରଦେଶକୁ ବିକାଶରେ ଅଗ୍ରଣୀ କରି ଦେବଭୂମିର ଜନସାଧାରଣଙ୍କ ଆକାଙ୍କ୍ଷା ପୂରଣ କରିପାରିବ।
/sambad/media/post_attachments/wp-content/uploads/2022/11/voting-1.jpg)
ହିମାଚଳର ଭୋଟର୍ମାନଙ୍କୁ ବିଶେଷକରି, ମାଆ, ଭଉଣୀ ଓ ଯୁବାଙ୍କୁ ନିବେଦନ କରୁଛି କି, ପ୍ରଦେଶର ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ବହୁସଂଖ୍ୟାରେ ଭୋଟ୍ ଦେଇ ସୁଦୃଢ଼ ସରକାର ଚୟନ କରନ୍ତୁ।
ନିର୍ବାଚନ କମିସନ୍ ହିସାବ ଅନୁସାରେ, ୨୭,୩୭,୮୪୫ ମହିଳା, ୨୮,୫୪,୯୪୫ ପୁରୁଷ ଏବଂ ୩୮ କିନ୍ନରଙ୍କ ସମେତ ସମୁଦାୟ ୫୫,୯୨,୮୨୮ଜଣ ଭୋଟର୍ ୪୧୨ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବେ। ଏଥର ଅରୁଣାଚଳ ନିର୍ବାଚନରେ ୨୪ଜଣ ମହିଳା ପ୍ରାର୍ଥିନୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
/sambad/media/post_attachments/wp-content/uploads/2022/11/pm-1.jpg)
ଆଜି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା ୫ଟାରେ ଶେଷ ହେବ। ଆଜି ଜଣେ ସରକାରୀ ଅଧକାରୀ କହିଛନ୍ତି ଯେ, ଚମ୍ବା ଏବଂ କିନ୍ନୁର ସମେତ ଲାହୌଲ୍ ଏବଂ ସ୍ପିତି ଜିଲ୍ଲାର ୧୪୦ଟି ମତଦାନ କେନ୍ଦ୍ର ତୁଷାରପାତ ଅଧ୍ୟୁଷିତ ଅଞ୍ଚଳ।
୬୮ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ।