ରାହୁଳ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ଜନ୍ମଦିନରେ ଶ୍ରୀ ରାହୁଳ ଗାନ୍ଧୀଙ୍କୁ ଶୁଭେଚ୍ଛା। ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଓ ସେ ଦୀର୍ଘଜୀବୀ ହୁଅନ୍ତୁ।
କଂଗ୍ରେସ ମୁଖ୍ୟଙ୍କର ସ୍ୱତନ୍ତ୍ର ଦିନ ପାଳନ କରିବା ଅବସରରେ ବୁଧବାର ସକାଳେ ପାର୍ଟି ଏକ ଥ୍ରୋବ୍ୟାକ୍‌ ଟୁଇଟ୍‌ କରିଛି। ସେଥିରେ ରାହୁଳ ଦେଶବାସୀଙ୍କୁ ପ୍ରେରଣା ଦେଉଥିବାର କଥା ସ୍ମରଣ କରାଯାଇଛି।

‘ଏକ ଦେଶ, ଏକ ନିର୍ବାଚନ’ କୁ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ସମେତ କଂଗ୍ରେସ ମଧ୍ୟ ବିରୋଧ କରୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଡକାଇଥିବା ବୈଠକରେ ବିରୋଧୀମାନେ ଯୋଗ ଦେବା ନ ଦେବା କଥା ମଧ୍ୟ ଆଜି କଂଗ୍ରେସ ମୁଖ୍ୟଙ୍କ ପାଇଁ ଗୁରୁତ୍ୱ ବହନ କରୁଛି।

ମଙ୍ଗଳବାର ସନ୍ଧ୍ୟା ବେଳେ ପାର୍ଲାମେଣ୍ଟ୍‌ରେ ଏକତ୍ର ହୋଇଥିବା ଉପା ନେତାମାନେ ଏ ସଂକ୍ରାନ୍ତରେ ଆଲୋଚନା କରି ସ୍ଥିର କରିଥିଲେ କି, ସେମାନେ ସମଭାବାପନ୍ନ ଦଳଙ୍କ ସହ ଆହୁରି ଆଲୋଚନା କରିବେ। ତା’ପରେ ଯାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଡକାଇଥିବା ବୈଠକରେ ରାହୁଳ ଗାନ୍ଧୀ ଯୋଗ ଦେବ କି, ନାହିଁ ପଚରା ଯିବାରୁ ଉପାର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଲେ ଆସନ୍ତାକାଲି ଆପଣମାନେ ଜାଣିପାରିବେ।

ସମ୍ବନ୍ଧିତ ଖବର