ବ୍ୟାଙ୍କକକ୍: ମୋଦୀଙ୍କୁ ଦେଖି କାନ୍ଦିଲେ ମହିଳା । ସାମ୍ନାରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ପାଇ ସେ ଏତେ ଖୁସି ହୋଇଯାଇଥିଲେ ଯେ ନିଜ ଖୁସି ବୟାନ କରି ନପାରି କାନ୍ଦି ପକାଇଥିଲେ । ଆଉ ମୋଦୀଙ୍କ ହାତକୁ ଜୋରରେ ଜାବୁଡି ଧରି ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଥିବା ସମ୍ମାନକୁ ବଖାଣିଥିଲେ । ଆଉ ଥାଇଲାଣ୍ଡରେ ଥିବା ସେ ଭାରତୀୟ ମହିଳାଙ୍କ ଖୁସି-ଲୁହ-କୋହ ଦେଖି ମୋଦୀ ତାଙ୍କ ମଥାରେ ଆଶୀର୍ବାଦର ହାତ ବୁଲାଇ ଆଣିଥିଲେ । 

Advertisment

ମହିଳା ଜଣଙ୍କ ମୋଦୀଙ୍କ ହାତକୁ ଧରି ବାରମ୍ବାର ଥ୍ୟାଙ୍କ୍ ୟୁ... ଥ୍ୟାଙ୍କ୍ ୟୁ... କହୁଥିବା ବେଳେ ସେହି ଦୃଶ୍ୟ ସମସ୍ତଙ୍କୁ ଭାବ ଭାବ କରିଦେଇଛି । ତେବେ କାହିଁକି ମହିଳା ଜଣଙ୍କ ଏମିତି କାନ୍ଦି ଉଠିଲେ, ଖୁସିରେ ନା ମୋଦୀଙ୍କ ପାଇଁ ସେ କୌଣସି ସହଯୋଗ ପାଇଛନ୍ତି ସେଥିପାଇଁ ତାର କାରଣ ଜଣା ପଡିନଥିବା ବେଳେ ମୋଦୀଙ୍କ ପ୍ରତି ମହିଳାଙ୍କ ଏ ବ୍ୟବହାର ଓ ସମ୍ମାନଭରା ଲୁହ ହିଁ ମୋଦୀଙ୍କ ଲୋକପ୍ରିୟତାକୁ ବଖାଣୁଛି ।

ତେବେ ଥାଇଲାଣ୍ଡରେ ପହଞ୍ଚିବା ପରେ ମୋଦୀଙ୍କୁ ଆଜି ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରବାସୀ ଭାରତୀୟମାନେ ମୋଦୀଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୋଦୀ... ମୋଦୀ... ନାରାରେ ପରିବେଶ ପ୍ରକମ୍ପିତ ହୋଇଥିବା ବେଳେ ମୋଦୀଙ୍କୁ ଗୀତା ଉପହାର ଇସ୍କନ ପକ୍ଷରୁ ଦିଆଯାଇଥିଲା । ଏବଂ ମୋଦୀ ଥାଇଲାଣ୍ଡରେ ଥାଇ ରାମାୟଣ ଦେଇଥିଲେ । ତେବେ ମୋଦୀ ୪ରେ ହେବାକୁ ଥିବା ଷଷ୍ଠ ତମ ଶିଖର ସମ୍ମିଳନୀରେ ଯୋଗଦେବେ ।