ନୂଆଦିଲ୍ଲୀ : ଯେଉଁଠି ଗାନ୍ଧୀ ଅଛନ୍ତି, ସେଠି ସବୁ ସମସ୍ୟାର ସମାଧାନ ରହିଛି। ଗାନ୍ଧୀଙ୍କ ଭିତରେ ଆମେ ଜଣେ ଉତ୍ତମ ଶିକ୍ଷକଙ୍କୁ ଦେଖିବାକୁ ପାଇଥାଉ ବୋଲି ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କ ଟାଇମ୍ସର ସମ୍ପାଦକୀୟ ପୃଷ୍ଠାର ସାମ୍ନା ପୃଷ୍ଠାରେ ‘କାହିଁକି ଭାରତ ଓ ବିଶ୍ବ ଗାନ୍ଧୀଙ୍କୁ ଚାହେଁ?’ ଶୀର୍ଷକ ଏକ ଲେଖାରେ ପ୍ରକାଶ କରିଛନ୍ତି। ମାନବ ସମାଜରେ ଲକ୍ଷ୍ୟ କରାଯାଉଥିବା ସମସ୍ତପ୍ରକାର ବିରୋଧାଭାସ ମଧ୍ୟରେ ଗାନ୍ଧୀ ଏକ ଉତ୍ତମ ସେତୁ ଭଳି କାର୍ଯ୍ୟ କରିଥାନ୍ତି। ଗାନ୍ଧୀ ହିଁ କେବଳ ଜଣେ ବ୍ୟକ୍ତି ଯିଏ, ଚିମୁଟାଏ ଲୁଣକୁ ନେଇ ବିଶାଳ ଗଣ ଆନ୍ଦୋଳନ ଠିଆ କରାଇ ପାରନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ୧୯୩୦ରେ ‘ଦାଣ୍ଡି ଯାତ୍ରା’ରେ ସାରା ବିଶ୍ବ ଦେଖିଥିଲା ବୋଲି ମୋଦୀ କହିଛନ୍ତି। ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାରତ ଏବଂ ଭାରତ ବାହାରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ସ୍ବଚ୍ଛତାକୁ ନେଇ ଦେଶରେ ଏକ ଆନ୍ଦୋଳନ ଆରମ୍ଭ ହୋଇଛି ବୋଲି ମୋଦି ନିଜ ଲେଖାରେ ଉଲ୍ଲେଖ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp