କରୋନା ଭାଇରସ୍‌: ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ପତ୍ର ଲେଖି ସହାୟତାର ହାତ ବଢ଼ାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ‌ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିଥିବା ହେତୁ ଚୀନକୁ ସହାୟତାର ହାତ ବଢ଼ାଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲିଖିତ ଆକାରରେ ଚୀନର ରା‌ଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଆଶ୍ବାସନା ଦେବା ସହ ଭାରତର ସହାୟତା ତାଙ୍କ ସହ ଅଛି ବୋଲି କହିଛନ୍ତି। କରୋନା ଭାଇରସ୍‌ ସହ ଚୀନର ଲଢ଼େଇରେ ଭାରତ ସାଥିରେ ଅଛି ବୋଲି ମୋଦୀ ତାଙ୍କ ପତ୍ରରେ ଲେଖିଛନ୍ତି।

ଚୀନର କରୋନା ଆକ୍ରାନ୍ତଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ସମବେଦନା ଜଣାଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ଏବେ ସୁଦ୍ଧା କରୋନା ଭାଇରସ୍‌ରେ ଚୀନରୁ ୮୧୧ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ୩୭,୧୯୮ ଜଣ ଲୋକ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

job vacancy

କେବଳ ଭାରତ ନୁହେଁ ନେପାଳ ମଧ୍ୟ ଚୀନକୁ ନିଜର ସହାୟତାର ହାତ ବଢ଼ାଇଛି। ନେପାଳ ଚୀନକୁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ । ସାଧାରଣତଃ ବାୟୁଜନିତ ସଂକ୍ରମଣରେ ଏହା ଅଧିକ ତୀବ୍ର ବେଗରେ ବ୍ୟାପୁଥିବାରୁ ସମସ୍ତ ଲୋକଙ୍କୁ ପ୍ରଥମେ ମାସ୍କ ବ୍ୟବହାର କରିବା ଜରୁରୀ ହୋଇପଡିଛି । ଚୀନରେ ଏବେ ଘରୁ ବାହାରିବା ପୂରା ମନା କରାଯାଇଛି । ଏପରି ସ୍ଥିତିରେ ଚୀନର ଲୋକଙ୍କ ବ୍ୟବହାର ପାଇଁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ।

ଏପଟେ ଏହି ଭାଇରସ୍‌ ବାଦୁଡ଼ି, ସାପ ଏବଂ ବଜ୍ରକାପ୍ତା ଦ୍ବାରା ମଣିଷ ଶରୀରକୁ ଯାଇଥିବା ସ‌ନ୍ଦେହ କରାଯାଉଥିବା ବେଳେ ଏବେ ଚୀନ୍‌ର ସି ଫୁଡ୍‌ (ସାମୁଦ୍ରିକ ଖାଦ୍ୟ) ଉପରେ ସନ୍ଦେହ ବଢ଼ିବାରେ ଲାଗିଛି। ସି ଫୁଡ୍‌ ଭାଇରସ୍‌ ବ୍ୟାପିବାର ଅନ୍ୟତମ କାରଣ ବୋଲି କେତେକ ଗବେଷଣା ସଂସ୍ଥା ଦର୍ଶାଇବା ପରେ ଚୀନ୍‌ ସରକାର ଏହାର ଆମଦାନି-ରପ୍ତାନି ବନ୍ଦ କରିଛନ୍ତି। ଏ ଦିଗରେ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କେତେକ ରାଷ୍ଟ୍ର ୩ ଦିନ ତଳୁ ଚୀନ୍‌ରୁ ସି ଫୁଡ୍‌ ଆମଦାନି ଉପରେ କଠୋର କଟକଣା ଲଗାଇଛନ୍ତି। ଚୀନ୍‌ ମଧ୍ୟ ଅଷ୍ଟ୍ରେଲିଆରୁ ଆସୁଥିବା ସି ଫୁଡ୍‌ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି। ଚୀନ୍‌ରେ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ସମେତ ପ୍ରାୟ ୩୦ରୁ ଅଧିକ ସହରରେ ସି ଫୁଡ୍‌ ବଜାର ବନ୍ଦ କରାଯାଇଛି। ଏହା ଦ୍ବାରା ସାମୁଦ୍ରିକ ଖାଦ୍ୟ ବଜାର ଚୀନ୍‌ରେ ଠପ୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର