ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରି ଏକ ଚିଠି ଲେଖିଛନ୍ତି। ଏହାକୁ ନିର୍ବାଚନ ପ୍ରଚାରର ଆରମ୍ଭ ମଧ୍ୟ ବୋଲି ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ବଙ୍ଗଳା ଓ ହିନ୍ଦୀରେ ଚିଠି ଲେଖିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ଏବର ବିଜେପି ସରକାର ସ୍ଲୋଗାନକୁ ପ୍ରାଥମିକତା ଦେଇଛନ୍ତି। ସେ ଅବୈଧ ପ୍ରବାସ ଓ ମହିଳା ବିରୋଧୀ ହିଂସା ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟକୁ ସମୃଦ୍ଧ ଓ ସୁରକ୍ଷିତ କରିବା ପାଇଁ ବିକାଶ ତଥା ଅଭିବୃଦ୍ଧିର ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଚିଠିରେ ସୋନାର ବାଙ୍ଗ୍‌ଲା ସ୍ୱପ୍ନକୁ ସାକାର କରିବା ଓ ମହିଳାଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ସେ ଲେଖିଛନ୍ତି ଯେ "ସୋନାର ବାଙ୍ଗ୍‌ଲା ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ବ୍ୟକ୍ତି ଦୁଃଖିତ।

ଚିଠିରେ ପ୍ରଧାନମନ୍ତ୍ରୀ ଅନେକ ଯୋଜନାର ମଧ୍ୟ ଉଲ୍ଲେଖ କରିଛନ୍ତି। ରାଜ୍ୟର ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ସେମାନେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଉଜ୍ଜ୍ୱଳା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ଯୋଜନାରୁ ଉପକୃତ ହେଉଛନ୍ତି। ଏହି ଯୋଜନାଗୁଡ଼ିକ ଆପଣଙ୍କ ଜୀବନକୁ ସହଜ କରିଛି। ଆପଣଙ୍କ ପରି ଲକ୍ଷ ଲକ୍ଷ ପରିବାର ଏହି ଯୋଜନାରୁ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି।