ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ପହଞ୍ଚିଥିଲେ। ରାତି ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଶିବପୁର-ଫୁଲୱାରିଆ-ଲହରତାରା ରାସ୍ତା ଯାଞ୍ଚ କରିବାକୁ ଯାଇଥିଲେ । ତାଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଯାଇଥିଲେ।

Advertisment
ନିକଟରେ ଏହାର ଉଦଘାଟନ କରାଯାଇଥିଲା। ୩୬୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି। ଫଳରେ ଟ୍ରାଫିକ୍ ଭିଡ଼ କମିବାରେ ସହାୟକ ହେଉଛି। ସେହିପରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ବିମାନବନ୍ଦର ପର୍ଯ୍ୟନ୍ତ ଯାତ୍ରା ଦୂରତା ୭୫ ମିନିଟରୁ ୪୫ ମିନିଟକୁ ହ୍ରାସ କରାଯାଉଛି। ବାରାଣସୀର ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଏହି ପ୍ରକଳ୍ପରେ ରେଳବାଇ ଏବଂ ପ୍ରତିରକ୍ଷା ସମେତ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ଦେଖିବାକୁ ମିଳିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ଭବନରେ ପ୍ରଧାନମନ୍ତ୍ରୀ ସାଂସଦ ଜ୍ଞାନ ପ୍ରତିଯୋଗିତା, ଏମପି ଫଟୋଗ୍ରାଫି ପ୍ରତିଯୋଗିତା ଏବଂ ଏମପି ସଂସ୍କୃତ ପ୍ରତିଯୋଗିତାର ପ୍ରତିଯୋଗୀଙ୍କ ସହ ଆଲୋଚନା କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ୫ ଜଣ ବିଶିଷ୍ଟ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ।