ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖାଦ୍ୟ ସୁରକ୍ଷା ପ୍ରକଳ୍ପ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ‌ଅନ୍ନ‌ ଯୋଜନା’ ଭାରତରେ କୋଭିଡ୍‌-୧୯ ମହାମାରୀ ସମୟରେ ଉତ୍କଟ ଦାରିଦ୍ର୍ୟ ସ୍ତର ବୃଦ୍ଧି ପ୍ରତିରୋଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କଥା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ (ଆଇଏମ୍‌ଏଫ୍‌) କରିଥିବା ଅଧ୍ୟୟନରୁ ଜଣାପଡ଼ିଛି।

Advertisment

‘ଆଇଏମ୍‌ଏଫ୍‌’ର ନୂତନ ଅଧ୍ୟୟନ ‘ପାଣ୍ଡେମିକ୍‌, ପଭର୍ଟି, ଆଣ୍ଡ୍‌ ଇନେକ୍ବାଲିଟି: ଏଭିଡେନ୍‌ସ୍‌ ଫ୍ରମ୍‌ ଇଣ୍ଡିଆ’ରୁ ଜଣାପଡ଼ିଛି ୨୦୧୯ରେ ଭାରତରେ ୧% ଥିବା ଉତ୍କଟ ଦାରିଦ୍ର୍ୟ ହାର ୨୦୨୦ ମହାମାରୀ ସମୟରେ ମଧ୍ୟ ଅପରିବର୍ତ୍ତିତ ଥିଲା।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ଭାରତରେ ଉତ୍କଟ ଦାରିଦ୍ର୍ୟ ସ୍ତର ବୃଦ୍ଧି ପ୍ରତିରୋଧ କରିବାରେ ‘ପିଏମ୍‌ଜିକେଏୱାଇ’ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଖାଦ୍ୟ ପଦାର୍ଥ ଦିଆଯିବା ପରିମାଣ ଦ୍ବିଗୁଣ କରିଦିଆଯିବାରୁ ଗରିବମାନଙ୍କ ଉପରୁ କୋଭିଡ୍‌ଜନିତ ବେରୋଜଗାର ପ୍ରଭାବ କଟିଯାଇଥିଲା।

publive-image Image Courtesy of The Times of India

ସ୍ମରଣଯୋଗ୍ୟ, ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ‘ପିଏମ୍‌ଜିକେଏୱାଇ’ ବୃଦ୍ଧି କରାଯାଇଥିବା କଥା ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଏହି ଯୋଜନାରେ ଗରିବମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି।

ରିପୋର୍ଟରେ ପୁଣି ମଧ୍ୟ କହୁାଯାଇଛି ଯେ, କ୍ରମାଗତ ୨ ବର୍ଷ ଧରି ଦାରିଦ୍ର୍ୟ ହାର ସ୍ବଳ୍ପ ରହିବା ପରିସ୍ଥିତିକୁ ଦାରିଦ୍ର୍ୟ ଉତ୍ପାଟନ ବୋଲି ବିଚାର ବିବେଚନା କରାଯାଇପାରିବ। ମହାମାରୀଜନିତ ବାଧାକୁ ମୋଟାମୋଟି ଭାବେ ସାମୟିକ ରୋଜଗାରରେ ବାଧା ବୋଲି କୁହାଯିବ। ଏହି ବାଧାର ଲାଘବ ପାଇଁ ସାମୟିକ ଆର୍ଥିକ ନୀତି ପ୍ରଚଳନ ମଧ୍ୟ ଅର୍ଥନୈତିକ ଭାବେ ସମୁଚ୍ଚିତ ଥିଲା।