ପରମାଣୁ ‌ବୋମାକୁ ନେଇ ପ୍ରଧାନମନ୍ତ୍ରୀ ଦେଲେ ମଜାଳିଆ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଚାଲିଛି। ପାଞ୍ଚଟି ପର୍ଯ୍ୟାୟରେ ଭୋଟିଂ ସରି ସାରିଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଏକ ସାକ୍ଷାତକାର ଚର୍ଚ୍ଚାରେ ରହିଛି।

ସାକ୍ଷାତକାର ସମୟରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ମୋଦୀ ସମସ୍ତ ପ୍ରଶ୍ନର ନିଆରା ଉତ୍ତର ଦେଇଥି‌ଲେ।

ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚରାଗଲା, ଜଣେ କଂଗ୍ରେସ ନେତା କହିଥିଲେ ଯେ ପାକିସ୍ତାନରେ ଥିବା ପରମାଣୁ ବୋମାକୁ ଭାରତ ଭୟ କରିବା ଉଚିତ। ଏହା ଉପରେ ଆପଣ କ’ଣ କହିବାକୁ ଚାହିଁବେ?

ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ- ‘ସେଇ ଶକ୍ତିକୁ ମୁଁ ନିଜେ ଲାହୋର ଯାଇ ଯାଞ୍ଚ କରିଛି । ସେଠାରେ ଜଣେ ସାମ୍ବାଦିକ ଭିସା ବିନା ମୁଁ ସେଠାରେ ପହଞ୍ଚିଥିବାରୁ ଚକିତ ହୋଇଯାଇଥିଲେ। ଆରେ ଏହା ମୋର ଦେଶ ଥିଲା  ଏକ ସମୟରେ।’

ମୋଦୀଙ୍କ ଏହି ସାକ୍ଷାତକାରର କିଛି ଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଅୟର କହିଥିଲେ, ପଡୋଶୀ ଦେଶରେ ପରମାଣୁ ବୋମା ଥିବାରୁ ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ, ଭୟ କରିବା ଉଚିତ। ଯଦି ଆମେ ସେମାନଙ୍କୁ ସମ୍ମାନ ‌ଦେବାନାହିଁ ତେବେ ସେମାନେ ଭାରତ ଉପରେ ପରମାଣୁ ଆକ୍ରମଣ ବିଷୟରେ ଚିନ୍ତା କରିପାରନ୍ତି।

ବର୍ତ୍ତମାନର ସରକାର କହୁଛନ୍ତି ଯେ ଆମେ ପାକିସ୍ତାନ ସହ କଥା ହେବୁ ନାହିଁ କାରଣ ସେଠାରେ ଆତଙ୍କବାଦୀଙ୍କ ବାସ। କିନ୍ତୁ ଏହା ବୁଝିବା ଜରୁରୀ ଯେ ଆତଙ୍କବାଦକୁ ଦୂର କରିବା ପାଇଁ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅନ୍ୟଥା, ପାକିସ୍ତାନ ଭାବିବ ଯେ ଭାରତ ଅହଂକାରରେ ଆମକୁ ଦୁନିଆରେ ଛୋଟ ଦେଖାଉଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ଯେକୌଣସି ପରିସ୍ଥିତିରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିପାରେ।’

 

 

 

 

ସମ୍ବନ୍ଧିତ ଖବର