ସାମ୍ବାଦିକ ଶଶି ଶେଖରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ସାକ୍ଷାତ୍କାର ଦେଇ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛନ୍ତି।
ପ୍ରଶ୍ନ: ଆପଣ ପ୍ରଧାନମନ୍ତ୍ରୀ ଭାବେ ୫ ବର୍ଷ ବିତାଇ ସାରିଲେଣି। ଏହି ବର୍ଷଗୁଡ଼ିକ କିପରି କଟିଛି?
ଉତ୍ତର: ଏହା ଖୁବ ସନ୍ତୋଷଜନକ ଏବଂ ବର୍ଷଗୁଡ଼ିକ ଅତ୍ୟନ୍ତ ଭଲ ଥିଲା। ଏହି ୫ ବର୍ଷର ଅଭିଜ୍ଞତାରୁ ମୁଁ ଏହା ଶିଖିଲି ଯେ ଭାରତ ପାଖରେ ସବୁ କ୍ଷମତା ଥାଇ ମଧ୍ୟ କାହିଁକି ଭାରତ ଏକ ବିକଶିତ ରାଷ୍ଟ୍ର ନହୋଇ ବିକାଶନ୍ମୁଖୀ ରାଷ୍ଟ୍ର ହୋଇ ରହିଛି?
ପ୍ରଶ୍ନ: ଶାସନ କାଳ ମଧ୍ୟରେ ମିଳିଥିବା କେଉଁ ୩ଟି ସଫଳତାରେ ଆପଣ ବେଶ୍ ସନ୍ତୁଷ୍ଟ?
ଉତ୍ତର: ମୋତେ ବିଭିନ୍ନ ପ୍ରକାରର ସଫଳତା ମିଳିଛି। କେବଳ ୩ଟି ସଫଳତାର ନାମ ନେଲେ ଅନ୍ୟଗୁଡ଼ିକ ପ୍ରତି ଅନ୍ୟାୟ ହେବ।
ପ୍ରଶ୍ନ: ଶାସନ କ୍ଷମତାକୁ ଆସିବା ସମୟରେ ଆପଣ କିଛି ପ୍ରତିଶ୍ରୁତି ଦେଇଥିଲେ। ଆପଣଙ୍କୁ ଲାଗୁଛି କି ସେ ସବୁ ପୂରା ହୋଇଛି?
ଉତ୍ତର: ଯଦି ସବୁ କିଛି ପୂରା କରିପାରିଥାନ୍ତି ତେବେ ପୃଥିବୀଟା ଅଟକିଲା ପରି ଲାଗିଥାନ୍ତା। ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ଶକ୍ତି, ନୂଆ ଆକାଂକ୍ଷା ଓ ସଂକଳ୍ପରୁ ଖୋଜିବା ଆବଶ୍ୟକ।
ପ୍ରଶ୍ନ: ଆପଣଙ୍କ ଲାଗୁଛି କି ବିମୁଦ୍ରାକରଣ ଏକ ସଫଳ ପଦକ୍ଷେପ?
ଉତ୍ତର: ବିମୁଦ୍ରାକରଣକୁ ନେଇ ମୁଁ ଖୁବ୍ ଖୁସି। ମୋ କାର୍ଯ୍ୟକାଳ ଭିତରେ ମୁଁ କିଛି କଳାଧନର ମୂଳପୋଛ କରିପାରିଛି ତାହାଠୁ ସନ୍ତୋଷଜନକ କଥା ଆଉ କ’ଣ ହୋଇପାରେ?
ପ୍ରଶ୍ନ: ମାତ୍ର ବିମୁଦ୍ରାକରଣକୁ ତ ନିର୍ବାଚନରେ ଆପଣଙ୍କ ବିରୋଧରେ ଅସ୍ତ୍ର କରାଯାଉଛି।
ଉତ୍ତର: ବିରୋଧୀ ଦଳ ଏସବୁ କରିବା ବହୁ ପୂର୍ବରୁ ଆରମ୍ଭ କରି ସାରିଛନ୍ତି। ଉତ୍ତରପ୍ରଦେଶରେ ବି ଏହି ମନ୍ତ୍ର ବିନିଯୋଗ କରିଥିଲେ। ମାତ୍ର ଖୁବ୍ ଦୟନୀୟ ଭାବେ ହାରିଲେ।
ପ୍ରଶ୍ନ: ଅଭିଯୋଗ ଆସିଛି ଯେ ବିମୁଦ୍ରାକରଣ ସଂପର୍କିତ ତଥ୍ୟ ନକଲି ?
ଉତ୍ତର: ଯେଉଁମାନେ ଏପରି କହୁଛନ୍ତି ସେମାନେ ଦେଶର ବିରାଟ କ୍ଷତି ଘଟାଉଛନ୍ତି।
ପ୍ରଶ୍ନ: ବର୍ତ୍ତମାନ ରାଜନୀତିରେ ବିଭିନ୍ନ ପ୍ରକାର କୁଭାଷା ପ୍ରୟୋଗ କରାଯାଉଛି। ଏହାକୁ ରୋକିବା ପାଇଁ ରାଜନେତାମାନେ ଉଦ୍ୟମ କରିବେ କି?
ଉତ୍ତର: ରାତାରାତି ଏପରି ସମସ୍ୟାର ସମାଧାନ କରିବା ଅସମ୍ଭବ। ଯେଉଁଠି ସୋନିଆ ଗାନ୍ଧୀଙ୍କ ପରି ନେତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶଦ୍ରୋହୀ ଓ ମୋଦି ମୃତ୍ୟୁର ସୌଦାଗର ବୋଲି କହିପାରୁଛନ୍ତି, ସେଠାରେ କିପରି ସମ୍ଭବ।
ପ୍ରଶ୍ନ: ନିକଟରେ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଛି। ଆପଣ ତାକୁ କଟାକ୍ଷ ବି କରିଛନ୍ତି। ସେ ସଂପର୍କରେ କ’ଣ କହିବେ?
ଉତ୍ତର: ଜବାହାରଲାଲ ନେହେରୁ ଦାରିଦ୍ର ଦୂରୀକରଣ ବୋଲି ଏକ ସ୍ଲୋଗାନ୍ ଆରମ୍ଭ କରିଥିଲେ। ତାହାକୁ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କେବଳ ମୁହଁରେ କହି ବ୍ୟବହାର କରି ଆସୁଛନ୍ତି। ସେମାନେ ଏପରି ପ୍ରତିଶ୍ରୁତି ପ୍ରତି ଥର ଦେଇଥାନ୍ତି।
ପ୍ରଶ୍ନ: କେତେକ ଗୁଣୀବ୍ୟକ୍ତି ଏକାଠି ମିଶି ଆପଣଙ୍କ ବିରୋଧରେ ଭୋଟ ମାଗୁଛନ୍ତି। ସେମାନଙ୍କ ବିଷୟରେ ଆପଣ କ’ଣ କହିବେ?
ଉତ୍ତର: ସେମାନେ କିଏ ମୁଁ ଜାଣନା। ମାତ୍ର ଏତକି ଜାଣେ ସେ ବୋଧେ ପୂର୍ବ ସରକାରଙ୍କଠାରୁ ସେ ସବୁ କିଛି ପାଉଥିଲେ ଯାହା ଏବେ ପାଉନାହାନ୍ତି। ସମ୍ମାନ, ପୁରସ୍କାର, ସେମାନଙ୍କ ପିଲାମାନଙ୍କ ବିଦେଶରେ ପଢ଼ିବାର ବନ୍ଦୋବସ୍ତ ଇତ୍ୟାଦି।
ପ୍ରଶ୍ନ: ଆତଙ୍କବାଦ କ୍ଷେତ୍ରରେ ଆପଣ ଶୂନ୍ୟ ସହଣୀୟତା ନୀତି ଅବଲମ୍ବନ କରଛନ୍ତି। ଆପଣଙ୍କୁ ଲାଗୁଛି କି ପୁଲଓ୍ଵାମା ଆକ୍ରମଣ କିଛି ବିଶେଷ ପ୍ରଭାବ ପକାଇଛି।
ଉତ୍ତର: ସାରା ବିଶ୍ୱ ଆତଙ୍କବାଦ ବିରେଧରେ ଲଢ଼େଇ କରୁଛି। ଆମର କର୍ତ୍ତବ୍ୟ ହେଉଛି ବିଶ୍ୱକୁ ଜଣାଇବା କି ପାକିସ୍ତାନ ଆତଙ୍କବାଦୀଙ୍କୁ ସୃଷ୍ଟି କରୁଛି। ସାରା ବିଶ୍ୱ ଆମକୁ ସମର୍ଥନ ବି ଦେଉଛି। ଏୟାର୍ ଷ୍ଟ୍ରାଇକ୍ ପରେ ଅନେକ ସମର୍ଥନ ମିଳିଛି ଭାରତକୁ।
ପ୍ରଶ୍ନ: ଆପଣଙ୍କୁ ଲାଗୁଛି କି ପାକିସ୍ତାନ ସହ କଥାବାର୍ତ୍ତାର କୌଣସି ସମ୍ଭାବନା ନାହିଁ? କେବଳ ଅନ୍ତରାଷ୍ଟ୍ରୀୟ ମଞ୍ଚ ଉପରେ ହିଁ କଥାବାର୍ତ୍ତା ସମ୍ଭବ?
ଉତ୍ତର: ପ୍ରାରମ୍ଭରୁ ମୁଁ ସବୁବେଳେ ବନ୍ଧୁତାର ହାତ ବଢ଼ାଇଛି। ମାତ୍ର ତା’ ପରେ ଯାହା ସବୁ ଘଟିଛି ତାହା ପୂରା ବିଶ୍ୱ ଦେଖିଛି।
ପ୍ରଶ୍ନ: ରାଫେଲ୍ ଚୁକ୍ତି ବିବାଦୀୟ ହୋଇପଡ଼ିଛି। ସେ ସଂପର୍କରେ କ’ଣ କହିବେ?
ଉତ୍ତର: କିଛି ବିବାଦୀୟ ହୋଇନି। ଗଣମାଧ୍ୟମ ଏହାକୁ ବଢ଼ାଇଚଢ଼ାଇ ଉପସ୍ଥାପନା କରୁଛି। ବିନା ପ୍ରମାଣରେ ୧୨୫ ବର୍ଷର ଦଳ କଂଗ୍ରେସ ଅଭିଯୋଗ ଲଗାଇ ଚାଲିଛି।
ପ୍ରଶ୍ନ: ଯଦି ଏ ଦେଶର ନାଗରିକ ପୁଣି ଥରେ ଆପଣଙ୍କୁ ବିଶ୍ୱାସ କରନ୍ତି ତ ଆପଣଙ୍କ ପ୍ରଥମ କାର୍ଯ୍ୟ କ’ଣ ହେବ?
ଉତ୍ତର: ବିଜେପି ଏଥର ୨୦୧୪ ମସିହା ଅପେକ୍ଷା ଅଧିକ ଆସନରେ ବିଜୟ ଲାଭ କରିବ। ପ୍ରଥମ ନିଷ୍ପତ୍ତି କିମ୍ବା ଶେଷ ନିଷ୍ପତ୍ତିର କଥା ନୁହେଁ ଲୋକଙ୍କ ପାଇଁ ଏକ ଚମତ୍କାର ସରକାର ଗଠନ ହେବ।
ପ୍ରଶ୍ନ: ଜଣେ ପ୍ରଧାନମନ୍ତ୍ରୀ ନୁହେଁ କିନ୍ତୁ ନରେନ୍ଦ୍ର ମୋଦୀ ହିସାବରେ ନିଜକୁ ନିଅନ୍ତୁ। ଆପଣଙ୍କ ଜୀବନରେ ଅନେକ ଯାତ୍ରା ଯାଇଛି। ଏହା କିପରି କଟିଛି?
ଉତ୍ତର: ମୁଁ ଜଣେ ମଣିଷ ପରି ବଞ୍ଚିଛି।
ଶେଷରେ ମୋଦୀ କହିଛନ୍ତି କି ମୁଁ ତୁମକୁ ଏହି ସାକ୍ଷାତ୍କାର ଦେଇ ଚାହୁଁଛି ଯେ ଏହି ସାକ୍ଷାତ୍କାର ଜରିଆରେ ପୂରା ଦେଶ ମୋତେ ପଢୁ। ପୂରା ଦେଶକୁ ତା’ର ପ୍ରଶ୍ନର ଉତ୍ତର ମିଳୁ।