ନୂଆ ବର୍ଷ, ନୂଆ ଆକଂକ୍ଷା ଓ ନୂଆ ଆଶା: ଓଡ଼ିଶାବାସୀଙ୍କୁ ପ୍ରାଧାମନ୍ତ୍ରୀ ମୋଦିଙ୍କ ନବବର୍ଷ ଶୁଭେଚ୍ଛା

ନୂଆଦିଲ୍ଳୀ: ମହାବିଷୁବ ସଙ୍କ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେଜସ୍ୱୀ ଓଡ଼ିଆ ସମ୍ପ୍ରଦାୟଙ୍କୁ ସେ ସୁଖଦ ନବବର୍ଷ କାମନା କରିଛନ୍ତି।

ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସେ ଟୁଇଟ୍‌ କରିଛନ୍ତି: ଓଡ଼ିଆ ନବ ବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଆପଣଙ୍କର ସମସ୍ତ ସ୍ୱପ୍ନ ସାକାର ହେଉ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।
ଆପଣଙ୍କର
ନରେନ୍ଦ୍ର ମୋଦି

ବୈଶାଖୀ ଅବସରରେ ମଧ୍ୟ ପ୍ରଧାମନ୍ତ୍ରୀ ମୋଦି ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନର ସଫଳତା କାମନା କରିଛନ୍ତି। ଦେଶବାସୀଙ୍କୁ ଆହାର ଦେଉଥିବା କଠୋର ପରିଶ୍ରମୀ କୃଷକମାନଙ୍କୁ ସେ ଏହି ଅବସରରେ ଅଭିବାଦନ ଜଣାଇଛନ୍ତି।

ଏହାଛଡ଼ା ତାମିଲ ଭାଇଭଉଣୀମାନଙ୍କୁ ପୁତାଣ୍ଡୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କର ଆକାଂକ୍ଷା ପୂର୍ଣ୍ଣ ହେବା କଥା କହିଛନ୍ତି। ସମସ୍ତେ ସୁଖୀ ଓ ସ୍ୱାସ୍ଥ୍ୟବାନ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।

ସମ୍ବନ୍ଧିତ ଖବର