କୋଭିଡ୍-୧୯ ସଙ୍କଟ ସମୟରେ ମୋଦୀଙ୍କ ଲୋକପ୍ରୟିତା ବେଶ୍ ବୃଦ୍ଧି ପାଇଛି: ନ୍ୟୁୟର୍କ ଟାଇମ୍‌ସ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ସମଗ୍ର ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କର ଲୋକପ୍ରିୟତା ବେଶ୍ ବୃଦ୍ଧି ପାଇଛି ବୋଲି ଅଗ୍ରଣୀ ଆମେରିକୀୟ ଖବରକାଗଜ ‘ନ୍ୟୁୟକ୍ ଟାଇମସ୍’ କହିଛି।

ବିଶ୍ବରେ ଓ ଭାରତରେ କୋଭିଡ୍-୧୯ ସଙ୍କଟ ବିଷୟରେ ଏକ ଆଲେଖ୍ୟରେ ‘ନ୍ୟୁୟର୍କ ଟାଇମ୍ସ୍’ ଲେଖିଛି ଯେ କରୋନାଭାଇରସ୍ ସଙ୍କଟ ସମୟରେ ମୋଦୀଙ୍କ ଲୋକପ୍ରିୟତା ଖୁବ୍ ବୃଦ୍ଧି ପାଇଥିଲା। ଗତ ଅଳ୍ପ କେତେ ମାସ ମଧ୍ୟରେ ସମୟ ସମୟରେ ‌ତାଙ୍କ ଲୋକପ୍ରିୟତା ୯୦% ବୃଦ୍ଧି ପାଇଥିଲା। ମୋଦୀଙ୍କୁ ନ୍ୟୁୟର୍କ ଟାଇମ୍‌ସ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଲଦିମିର ପୁଟିନ୍‌ଙ୍କ ପରି ବିଶ୍ବ ନେତାଙ୍କ ସହ ତୁଳନା କରିଛି।

ନ୍ୟୁୟର୍କ ଟାଇମ୍‌ସ୍ ଆହୁରି ଲେଖିଛି ଯେ ମୋଦୀ ଜଣେ ଏକଚ୍ଛତ୍ରବାଦୀ ନ ହୋଇ ସଙ୍ଗଠକ ହୋଇଥିବା କାରଣରୁ କୋଭିଡ୍-୧୯ ସଙ୍କଟ ସମୟରେ ସେ ଯେତେବେଳେ ଯେଉଁ ଆହ୍ବାନ ଦେଇଛନ୍ତି, ବହୁସଂଖ୍ୟାରେ ଲୋକେ ତାହା ପାଳନ କରିଛନ୍ତି। ସେ ଜନତା କର୍ଫ୍ୟୁ ହେଉ କି, ଲକ୍‌ଡାଉନ୍ ହେଉ, ଦୁଆରେ ତାଳି ମାରିବା ହେଉ କି, ଦ୍ବୀପ ଜାଳିବା ହେଉ, ସେ କହିବା ମାତ୍ରେ ଲୋକେ ତାହା ପାଳନ କରିଥିଲେ।

ସମ୍ବନ୍ଧିତ ଖବର