ମୋଦିଙ୍କୁ ରାକ୍ଷୀ ବାନ୍ଧୁଥିବା ଭଉଣୀଙ୍କ ୧୦୩ବର୍ଷ ବୟସରେ ପରଲୋକ

ଝାଡଖଣ୍ଡର (ଧନବାଦ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧୁଥିବା ସାରବତି ଦେବୀଙ୍କ ରବିବାର ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତବର୍ଷ ଅଗଷ୍ଟମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ସାରବତି ଦେବୀ ତାଙ୍କର ସରକାରୀ ବାସଭବନ ଲୋକ କଲ୍ୟାଣ ମାର୍ଗକୁ ଆସିଥିଲେ। ରାକ୍ଷୀ ବନ୍ଧିବା ସହିତ ମୋଦିଙ୍କୁ ମିଠା ମଧ୍ୟ ଖୁଆଇଥିଲେ। ତେବେ ସାରବତିଙ୍କ ପୁଅ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମା’ଙ୍କ ରାକ୍ଷୀ ବାନ୍ଧିବା ଇଚ୍ଛା ସମ୍ପର୍କରେ ଜଣାଇଥିଲେ। ତେବେ ଚିଠି ପାଇ ଯେତେବେଳେ ନରେନ୍ଦ୍ର ମୋଦି ତାଙ୍କ ବ୍ୟସ୍ତ ଜୀବନରୁ ସମୟ ବାହାର କରି ଏହି ପ୍ରସ୍ତାବକୁ ସ୍ୱୀକାର କରିଥିଲେ ସାରବତି ଖୁବ୍‌ ଖୁସି ହୋଇଯାଇଥିଲେ।

ସାରବତିଙ୍କ ବିବାହ ଧନରାଜ ଅଗ୍ରଓ୍ଵାଲଙ୍କ ସହିତ ହୋଇଥିଲା। ଏହି ଦମ୍ପତିଙ୍କ ୯ଟି ସନ୍ତାନ ଅଛି। ସେ ତାଙ୍କର ଚାରିଟି ପୁଅ ସହିତ ଧନବାଦସ୍ଥିତ ବ୍ୟାଙ୍କ୍‌ ମୋଡସ୍ଥିତି ଭିଭିଆଇପି ହୋଟେଲ କମ୍ପପ୍ଲେକସ୍‌ ରହୁଥିଲେ।

ଦେବୀଙ୍କ ଭାଇଙ୍କ ୫୦ବର୍ଷ ପୂର୍ବ ମୃତ୍ୟୁ ହୋଇଯାଇଥିଲା। ସେ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇକୁ ବହୁତ ଝୁରି ଥାଆନ୍ତି। ତେଣୁ ମା’ଙ୍କ ଏହି ଦୁଃଖ ଦେଖି ସାରବତିଙ୍କ ପୁଅ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ମୋଦିଙ୍କୁ ରାକ୍ଷୀ ବାନ୍ଧିବା ପରେ ସାରବତି ଖୁବ୍‌ ଖୁସି ହୋଇଯାଇଥିଲେ।

ସମ୍ବନ୍ଧିତ ଖବର