ନୂଆଦିଲ୍ଲୀ: ଆସିଲା ବଜେଟ୍, ଆସିଲା ମୋଦିଙ୍କ ବୟାନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରି ସାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥରର ବଜେଟକୁ ସାଧାରଣ ଲୋକଙ୍କ ବଜେଟ୍ କହିବା ସହ ଏହା ମଧ୍ୟବିତ୍ତଙ୍କ ପକେଟ ଭରିବ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ବଜେଟ୍ ଜନତା ଜନାର୍ଦ୍ଦନଙ୍କ ବଜେଟ୍, ଏହା ୧୪୦ କୋଟି ଭାରତୀୟ ଆକାଂକ୍ଷିତ ବଜେଟ୍ । ଭାରତର ସ୍ଵପ୍ନ ପୂରଣ କଲାଭଳି ବଜେଟ୍ ଯାହା ଦେଶର ବଡ ପରିବର୍ତ୍ତନ ଆଣିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୋଦି ।
ଉପସ୍ଥାପିତ ବଜେଟ୍ ଆତ୍ମନିର୍ଭର ଭାରତର ଅଭିଯାନକୁ ଉର୍ଜା ଦେବ । ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ଇନ୍ଧନ ଦେବ । ତା ସହ ଏହା ସବୁ ଭାରତୀୟଙ୍କ ସ୍ଵପ୍ନ ପୂରା କରିପାରିବ । ଆମେ ଅନେକ କ୍ଷେତ୍ର ଯୁବବର୍ଗଙ୍କ ପାଇଁ ଖୋଲା ରଖିଛୁ । କୃଷି ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ କ୍ରାନ୍ତି ଆଣିବ ଏହି ବଜେଟ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।