କରୋନାଭାଇରସ୍‌ ଉପରେ ବିଜୟ ପ୍ରାପ୍ତି ଲାଗି ମୋଦୀଙ୍କ ‘ସପ୍ତପଦୀ’: ଲକଡାଉନ୍ ବେଳେ ୭ଟି କଥା ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଲକଡାଉନ୍ ସମୟରେ ୭ଟି କଥା ମାନି ଚଳିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ୭ଟି କଥା ସପ୍ତପ୍ରଦୀପ ଭଳି କରୋନା ବିରୋଧୀ ଯୁଦ୍ଧରେ ବିଜୟର ମାର୍ଗ ଆଲୋକିତ କରିବ। ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ ଲକ୍‌ଡାଉନ୍‌ ସମୟରେ କରୋନାଭାଇରସ୍‌ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସପ୍ତପଦୀ ତାଲିକା ଦେଇଛନ୍ତି। ଏହି ସାତଟି କଥା ମାନିଚାଲିଲେ କରୋନାଭାଇରସ୍‌ ଉପରେ ବିଜୟପ୍ରାପ୍ତି ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୧. ଘରେ ଥିବା ବୟୋବୃଦ୍ଧ ବ୍ୟକ୍ତିଙ୍କର ବିଶେଷ ଯତ୍ନ ନିଅନ୍ତୁ। ବିଶେଷକରି ଯେଉଁମାନଙ୍କର ପୁରୁଣା ରୋଗ ରହିଛି, ସେମାନଙ୍କୁ ଯତ୍ନରେ ରଖନ୍ତୁ।

୨. ଲକଡାଉନ୍ ନିୟମ ଓ ସାମାଜିକ ଦୂରତ୍ବ ମାନନ୍ତୁ। ‘ଘରେ ତିଆରି’ ମାସ୍କ୍‌ ବା ମୁଖାବରଣ ପରିଧାନ କରନ୍ତୁ।

୩. ‌ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଆୟୁଷ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସରଣ କରୁନ୍ତୁ। ଗରମପାଣି ଓ କାଢ଼ା ପିଅନ୍ତୁ।

୪. କରୋନାଭାଇରସ୍ ସଂକ୍ରମଣ ପ୍ରତିରୋଧ କରିବାକୁ ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍‌ କରନ୍ତୁ। ଅନ୍ୟମାନଙ୍କୁ ଏହା ଡାଉନଲୋଡ କରିବାକୁ କହନ୍ତୁ।

୫. ଯଥା ସମ୍ଭବ ଗରିବ ପରିବାରମାନଙ୍କୁ ସାହାଯ୍ୟ କରନ୍ତୁ। ସେମାନଙ୍କ ଖାଦ୍ୟପେୟ କଥା ବୁଝନ୍ତୁ।

୬. ଆପଣଙ୍କ ବ୍ୟବସାୟ ଓ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ। ସେମାନଙ୍କୁ ଚାକିରିରୁ ବହିଷ୍କାର କରନ୍ତୁ ନାହିଁ।

୭.  ଦେଶର କରୋନା ଯୋଦ୍ଧା ଯଥା ଡାକ୍ତର, ନର୍ସ, ସଫାଇ କର୍ମଚାରୀ,ପୁଲିସ  ଏବଂ କରୋନାଭାଇରସ୍ ବିରୋଧରେ ସଂଗ୍ରାମ କରୁଥିବା ବ୍ୟକ୍ତିବିଶେଷଙ୍କର ଆଦର ସମ୍ମାନ କରନ୍ତୁ।

ସମ୍ବନ୍ଧିତ ଖବର