ଗାନ୍ଧୀନଗର: କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚେନ୍ନାଇର ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ। ମୋଦୀଙ୍କ ବାପା ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହିରାବେନ୍ଙ୍କର ପ୍ରହଲ୍ଲାଦ ହେଉଛନ୍ତି ପଞ୍ଚମ ସନ୍ତାନ। ସେ ଗୁଜୁରାଟର ଅହମ୍ମଦାବାଦରେ ଏକ ତେଜରାତି ଦୋକାନ ଓ ଟାୟାର୍ ସୋ ରୁମ୍ ଚଳାଉଛନ୍ତି।
ଗତବର୍ଷ ଡିସେମ୍ବର ୨୭ ତାରିଖରେ ପ୍ରହଲ୍ଲାଦ ମୋଦୀ କର୍ଣ୍ଣାଟକ ମହୀଶୂର ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ତାଙ୍କ ପରିବାର ସହ ଏକ କାର୍ ଯୋଗେ ବନ୍ଦିପୁରରୁ ମହୀଶୂର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Untitled-134.jpg)