‘ମୋଦୀ ଜିତି ଗଲେଣି, ଏତେ ଖରାରେ ଭୋଟ୍‌ ଦେବାକୁ କାହିଁକି ଯାଉଛ’? ବିପକ୍ଷ ଦଳର ଏଭଳି କଥାକୁ ନ ଶୁଣିବାକୁ ପରାମର୍ଶ ଦେଲେ ମୋଦୀ

କୋଡରମା : ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବା ବେଳେ ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ଆରମ୍ଭ କରି ସାରିଲେଣି । ପ୍ରଚାର ପାଇଁ ସୋମବାର ଝାରଖଣ୍ଡର କୋଡରମାରେ ଯାଇ ପହଞ୍ଚିଥିଲେ ମୋଦୀ । ସେଠାରେ ପହଞ୍ଚି ମୋଦୀଜୀ ବିପକ୍ଷ ଦଳର ନୂଆ ଷଡ଼ଯନ୍ତ୍ର ବିଷୟରେ କହି ଲୋକମାନଙ୍କୁ ସଚେତନ କରାଇଥିଲେ ।

Scroll.in

ତାଙ୍କ କହିବା ଅନୁଯାୟୀ, ବିପକ୍ଷ ଦଳ ହାରିବା ଡ଼ରରେ ମିଛ ଚର୍ଚ୍ଚା ଆରମ୍ଭ କରି ଦେଇଛି । ମୋଦୀ ଜିତି ଯାଇଛନ୍ତି । ତାଙ୍କୁ ଆଉ ଭୋଟ୍‌ ଦେବା କ’ଣ ଦରକାର? ବୋଲି କହି ଲୋକମାନଙ୍କୁ ଭୋଟ୍‌ ଦେବାକୁ ରୋକୁଛନ୍ତି ବା ଅନ୍ୟ ଦଳରେ ଦେବା ପାଇଁ କହୁଛନ୍ତିି । ବିପକ୍ଷ ଦଳର ଏଭଳି ଷଡ଼ଯନ୍ତ୍ରରେ ଆପଣ ଫସନ୍ତୁ ନାହିଁ । ସଚେତନ ହୁଅନ୍ତୁ । ଚତୁର୍ଥ ପର୍ଯ୍ୟାୟ ପରେ ହାରିବା ସୁନିଶ୍ଚିତ ବୋଲି ଜାଣି ପାରି ବିପକ୍ଷ ଦଳ ଏଭଳି ଷଡ଼ଯନ୍ତ୍ର କରିବା ଆରମ୍ଭ କରିଛି । କିନ୍ତୁ ଆପଣମାନେ କାହା କଥା ନଶୁଣି ଭାରତର ନାଗରିକ ହିସାବରେ ନିଜର କର୍ତ୍ତବ୍ୟ ପୂରା କରନ୍ତୁ ବୋଲି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର