ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦେଇ ପାରନ୍ତି ଏହି ବଡ଼ ଖୁସି ଖବର !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ୭୨ତମ ସ୍ୱତନ୍ତ୍ରତା ଦିବସରେ ଅବସରରେ ସକାଳ ସାଢ଼େ ସାତଟାରେ ଐତିହାସିକ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଦେଶକୁ ସମ୍ବୋଧିକ କରିବେ।

ସୂଚନା ମୁତାବକ, ପାଖାପାଖି ଏକଘଣ୍ଟା ଭାଷଣରେ ପ୍ରଧାନମନ୍ତ୍ରୀ ନିଜର ସରକାରର ଉପଲବ୍ଧି ଦେଶ ସାମ୍ନାରେ ରଖିବେ। ୨୦୧୯ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଗଷ୍ଟ ୧୫ରେ ଦେବାକୁ ଥିବା ଏହା ଶେଷ ଭାଷଣ ହେବ। ଏଥିପାଇଁ କୁହାଯାଉଛି କି ଏଥିରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସନ୍ଦେଶ ତ ରହିବ ଏଥିସହିତ ୨୦୧୯ ଲୋକସଭା ନିର୍ବାଚନରେ ସରକାରର ସିୟାସି ଏଜେଣ୍ଡା ବି ଦେଶ ସାମ୍ନାରେ ରଖାଯିବ।

ମୋଦିଙ୍କ ଭାଷଣ ପୂରାପୂରି ବିକାଶ ଉପରେ କେନ୍ଦ୍ରୀତ ହେବ। ଯେମିତି କି,
୧.ରୋଜଗାର
୨. କୃଷକ
୩. ଭ୍ରଷ୍ଟାଚାରରୁ ମୁକ୍ତି
୪. ସଡ଼କ, ଅକାଶ, ଜଳପଥର ବିକାଶ
୫. ଆୟୁଷ୍ମା ଭାରତ
୬. ସ୍ୱଚ୍ଛ ଭାରତ ଇତ୍ୟାଦି

ଏତଦ୍‌ ବ୍ୟତୀତ ସୀମା ଓ ନକ୍ସଲ ଅଞ୍ଚଳରେ ପାଇଥିବା ଉପଲବ୍ଧିର ବି ଆଲୋଚନା କରିବେ ମୋଦି । ଏଥିସହିତ ନୂତନ ଯୋଜନାର ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବେ। ମୋଦି ତାଙ୍କ ଭାଷଣରେ ଜନଧନ ଜମାକାରୀ, ଗରିବ ପରିବାରଙ୍କ ପାଇଁ କିଛି ଖୁସି ଖବରର ବି ଘୋଷଣା କରି ପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର