ଦ୍ୱାରକାରେ ପହଞ୍ଚିଲେ ମୋଦୀ: ଦାହ କରିବେ ୧୦୭ଫୁଟ ରାବଣର କୁଶପୁତ୍ତଳିକା
ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂନ୍ଧ୍ୟାରେ ଦିଲ୍ଲୀର ଦ୍ୱାରକାରେ ପହଞ୍ଚିଛନ୍ତି । ଦଶହରା ଅବସରରେ ମୋଦୀ ଦ୍ୱାରକାରେ ଆୟୋଜିତ କରାଯାଇଥିବା ରାବଣ ପୋଡ଼ିରେ ସାମିଲ ହେବେ । ପ୍ରାୟ ୧୦୭ଫୁଟ ରାବଣର କୁଶପୁତ୍ତଳିକା ଦାହ କରିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସମେତ ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ଵାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିବା ଜଣା ପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଲାଲକିଲାର ରାମଲୀଲାକୁ ଛାଡ଼ି ଦିଲ୍ଲୀର ଦ୍ୱାରକା ସେକ୍ଟର-୧୦ରେ ହେଉଥିବା ରାମଲୀଲାରେ ସାମିଲ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱାରକାରେ ପହଞ୍ଚି ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମକୁ ସମ୍ବୋନ୍ଧନ ଦେଇ ମୋଦୀଜୀ କହିଛନ୍ତି କି, ଭାରତ ଏକ ଉତ୍ସବର ଭୂମି । ୩୬୫ଦିନରେ ଭାରତରେ କୌଣସି ନା କୌଣସି ସ୍ଥାନରେ ବିଭିନ୍ନ ପ୍ରକାରର ପର୍ବ ପାଳନ ହୋଇଥାଏ । ଏଭଳି ଉତ୍ସବ ଆମକୁ ଯୋଡ଼ିବା ସହ ଆମ ମନରେ ନୂଆ ନୂଆ ସ୍ୱପ୍ନ ସଜାଇଥାଏ ।
Delhi: Prime Minister Narendra Modi at a #Dussehra function at Ram Leela grounds in Dwarka https://t.co/TG9hQSt4pN pic.twitter.com/MhMf1Fd6nx
— ANI (@ANI) October 8, 2019
ମୋଦୀଙ୍କ ଆସିବାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲଗାଯାଇଛି ।