ସ୍ବାଧୀନତା ଦିବସ ଭାଷଣ ପାଇଁ ନାଗରିକଙ୍କୁ ନିଜର ଭାବନା ବାଣ୍ଟିବାକୁ ନିବେଦନ କଲେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ଅବସରରେ ଜାତି ଉଦେଶ୍ୟରେ ନିଜର ଅଭିଭାଷଣ ରଖିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଭାଷଣ ପାଇଁ ସେ ଦେଶବାସୀଙ୍କୁ ନିଜ ଚିନ୍ତାଧାରା ତାଙ୍କ ସହ ବାଣ୍ଟିବା ପାଇଁ ଟ୍ବିଟର୍‌ ଜରିଆରେ ନିବେଦନ କରିଛନ୍ତି। ଦେଶବାସୀ ବାଣ୍ଟିଥିବା ଭାବନାକୁ ନେଇ ଭାଷଣ ପ୍ରସ୍ତୁତ କରିବେ ମୋଦୀ ଓ ତାହାକୁ ସ୍ବାଧୀନତା ଦିବସ ଅବସରରେ ରେଡ୍‌ ଫୋର୍ଟରେ ଉଦ୍‌ବୋଧନ ଦେବେ ବୋଲି ପ୍ରକାଶ କରିଛନ୍ତି।

ଏକ ଟୁଇଟ୍‌ରେ ସେ ନାଗରିକ ଯୋଗଦାନ ପ୍ଲାଟଫର୍ମ ମାଇଁଗଭ୍‌(MyGov)ରେ ଲୋକଙ୍କୁ ସେମାନଙ୍କର ଇନପୁଟ୍ ପ୍ରଦାନ କରିବାକୁ କହିଛନ୍ତି। ପୋର୍ଟାଲରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସରେ ଭାଷଣରେ ସରକାରଙ୍କ କାର୍ଯ୍ୟକ୍ରମ ଏବଂ ନୀତିକୁ ବିଶେଷ ଗୁରୁତ୍ବ ଦେଇ ଆସୁଛନ୍ତି ଏବଂ ଗତ କିଛି ବର୍ଷ ମଧ୍ୟରେ ମୋଦୀ ନାଗରିକଙ୍କ ପରାମର୍ଶକୁ ସିଧାସଳଖ ଆମନ୍ତ୍ରଣ କରି ଆସୁଛନ୍ତି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି କି ଚଳିତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ନୂତନ ଭାରତ ପାଇଁ ସେମାନଙ୍କର ଇନପୁଟ୍ ଦେବାକୁ ଆମନ୍ତ୍ରଣ କରୁଛନ୍ତି। ତେଣୁ ବର୍ତ୍ତମାନ ଆପଣଙ୍କ ନିକଟରେ ଦେଶ ଉଦେଶ୍ୟରେ ଏକ ପରାମର୍ଶ ଦେବାର ସୁଯୋଗ ରହିଛି। ଯାହାକୁ କି ମୋଦୀ ତାଙ୍କ ଅଗଷ୍ଟ ୧୫ ଭାଷଣରେ ଉଠାଇବେ।

ସମ୍ବନ୍ଧିତ ଖବର